ବିପଦରେ ସୂର୍ଯ୍ୟମନ୍ଦିର, ୱାଟକୋ ବେଆଇନି ଭାବେ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନୋଟିସ ଦେଲା ଏଏସଆଇ
କୋଣାର୍କ:- ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରୁ ମାତ୍ର ୨୦୦ ମିଟର ଦୂରରେ କୀର୍ତିରାଜି ସୁରକ୍ଷା ଆଇନର ଖୋଲା ଉଲ୍ଲଙ୍ଘନ କରି ମଙ୍ଗୁଳିଶ୍ୱର ମନ୍ଦିର ନିକଟରେ ପୂର୍ତ୍ତବିଭାଗ ନାମରେ ଥିବା ଜମି କୋଣାର୍କ ଏନଏସି ଅଧିନସ୍ଥ ମାଧିପୁର ମୌଜାର ପ୍ଲଟନଂ-୩୩୨ ରେ ୨୦ ଡିସିମିଲି ଉପରେ ପୁରୀ ଜିଲ୍ଲା ଓ୍ବାଟକୋ ଡିଭିଜନ ପକ୍ଷରୁ କୋଣାର୍କ ଏନଏସି ର ୭,୯,ଓ୧୦ ନଂ ୱାର୍ଡ କୁ ନିରର୍ବିଛିନ୍ନ ଭାବେ ପାନୀୟ ଜଳ ଯୋଗାଇ ଦେବା ପାଇଁ ୱାଟକୋ ପକ୍ଷରୁ ୧୦ ଲକ୍ଷ କ୍ଷମତା ବିଶିଷ୍ଠ ଡୋମ ମଡେଲର ଏକ ୬୮ ଫୁଟ ଉଚ୍ଚତାର ପାଣି ଟାଙ୍କି କେନ୍ଦ୍ର କୀର୍ତ୍ତିରାଜି ସୁରକ୍ଷା ଆଇନର ଖୋଲା ଉଲ୍ଲଂଘନ କରି ବିନା ଜମି ଅଧିଗ୍ରହଣରେ ବେଆଇନ ଭାବେ ସୂର୍ଯ୍ୟମନ୍ଦିରର ଅତି ସମ୍ବେଦନଶୀଳ ଅଞ୍ଚଳରେ ଦିନରାତି ଭାରି ମେସିନି ଲଗାଯାଇ ନିର୍ମାଣ କରାଯାଉଛି ।ଯାହା କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷା ପ୍ରତି ଆଗକୁ ଏକ ବିରାଟ ସମସ୍ୟା ଭାବେ ଦେଖାଦେବା ଆଶଙ୍କାଙ୍କୁ ନେଇ ଚିନ୍ତାପ୍ରକାଶ ପାଇଛି । ଏନେଇ ଏସଏସଆଇ ପୁରୀ ସର୍କଲ ସୁପେରିଟେଣ୍ଡେଣ୍ଟ ଡକ୍ଟର ଡି.ବି.ଗଡନାୟକ ଙ୍କୁ ପଚାରିବାରେ ସେ କୁହନ୍ତି ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିର କୀର୍ତ୍ତିରାଜି ସୁରକ୍ଷା ଆଇନର ଖୋଲା ଉଲ୍ଲଂଘନ କରି ଏଏସଆଇର ବିନା ଅନୁମତିରେ ୱାଟକୋ ନିର୍ମାଣ କରୁଛି ।ଯାହା ଆଗାମୀ ଦିନରେ ଏହା ସୂର୍ଯ୍ୟମନ୍ଦିର ର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ । ଏହି କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାପାଇଁ ସେ ଦୃଢ଼ ପଦକ୍ଷେପ ନେବେ ଓ ସେ ୱାଟକୋ ଅଧିକାରୀଙ୍କୁ ଏ ନେଇ ଲିଖିତ ନୋଟିସ ଦେଇଛନ୍ତି । ୱାଟକୋ ଅଧିକାରୀଙ୍କର ଏପରି ମନମୁଖୀ କାର୍ଯ୍ୟ ପାଇଁ ଏବେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ପାଣିରେ ପଡିବା ଆଶଙ୍କା ଦେଖାଦେଇଛି ଏଥିପାଇଁ ଦାୟୀ ହେବ କିଏ । ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିରର ସୁରକ୍ଷା ପାଇଁ ତୁରନ୍ତ ଏହି କାର୍ଯ୍ୟକୁ ବନ୍ଦ କରି ଅନ୍ୟତ୍ର ସ୍ଥାନ୍ତରିତ କରିବା ପାଇଁ ସାଧାରଣରେ ଦାବି ହେଉଛି ।
