ସୁଙ୍ଗୁଡା ମଣ୍ଡଳ ସ୍ତରୀୟ ବିଶାଳ ହିନ୍ଦୁ ସମ୍ମିଳନୀ।
ବଡ଼ଚଣା:ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସୁଙ୍ଗୁଡା ପଞ୍ଚାୟତ ଖୋସାଲିପୁର ମଙ୍ଗଳା ମନ୍ଦିର ପ୍ରାଙ୍ଗଣ ଠାରେ ସୁଙ୍ଗୁଡା ମଣ୍ଡଳ ପକ୍ଷରୁ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି ପ୍ରଥମେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜଳନ କରି ଭାରତ ମାତା ଙ୍କୁ ବନ୍ଦାପନା କରିଥିଲେ।ପରେ ମାତୃପୂଜନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା। ସ୍ୱୟଂ ସେବକ ପ୍ରମୋଦ ଜେନାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଚଣ୍ଡିଖୋଲ ସ୍ଥିତ ମା ଚଣ୍ଡିମନ୍ଦିର ମଠାଧୀଶ ବାବା ସନ୍ତୋସାନନ୍ଦ ବ୍ରହ୍ମଚାରୀ, ସମ୍ମାନୀତ ଅତିଥି ଲାଙ୍ଗୁଡ଼ି ବାବା ରାଘବାନନ୍ଦ ମହାରଜ, ସମ୍ମାନୀତ ଅତିଥି ପଣ୍ଡିତ ବିଜୟ କୁମାର କର , ସମ୍ମାନୀତ ଅତିଥି ଦୁର୍ଗା ବାହିନୀ ରାଷ୍ଟୀୟ ସଂଯୋଜିକା ପ୍ରଂଜ୍ଞା ପରମିତା ମାହାଲା ଯୋଗଦେଇ ପଞ୍ଚ ପରିବର୍ତନ ଉପରେ ବିଶେଷ ଗୁରୁତ୍ୱ ଦେଲେ ରାଷ୍ଟ୍ର ଏକତା ଦୃଢ଼ ହେବା ସହ ଧର୍ମ ରକ୍ଷା ହେବବୋଲି ମତବ୍ୟକ୍ତ ରଖିଥିଲେ । ମୁଖ୍ୟ ବକ୍ତା ଯାଜପୁର ଜିଲ୍ଲାର ସ୍ୱୟଂ ସେବକ ସଂଘର ପ୍ରଚାରକ ମନୋଜ କୁମାର ସାହୁ ଯୋଗଦେଇ ସନାତନ ପ୍ରେମୀଙ୍କୁ ହିନ୍ଦୁ ବିଚାରଧାରା ଓ ହିନ୍ଦୁତ୍ୱ ଉପରେ ମତବ୍ୟକ୍ତ ରଖିଥିଲେ । ଏହି ସମାବେଶରେ ଜିଲ୍ଲା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସର ସଂଚାଳକ ବଟକୃଷ୍ଣ ଜେନା , ବଡଚଣା ଖଣ୍ଡ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସର ସଂଚାଳକ ଅକ୍ଷୟ କୁମାର ଗୋଚ୍ଛାୟତ , ଆଧ୍ୟାତ୍ମିକ ବିଚାରଧାରାରେ ସମର୍ପିତ ସାମ୍ବାଦିକ ବେଣୁଧର ପଣ୍ଡା , ଅଜୟ ଜେନା, ସନ୍ତୋଷ ମହାପାତ୍ର, ବିବେକାନନ୍ଦ ଜେନା, ବିଜୟ କୁମାର ଜେନା , ବିଚିତ୍ରାନନ୍ଦ ଜେନାଙ୍କ ସହ ଶତାଧିକ ହିନ୍ଦୁ ପ୍ରେମୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ବହୁ ସଂଖ୍ୟାରେ ହିନ୍ଦୁ ମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ କୁ ବ୍ରଜ ସୁନ୍ଦର ସାମଲ , ପ୍ରଶାନ୍ତ କୁମାର ଜେନା, ବସନ୍ତ କୁମାର ପଲେଇ , ଦେବ ରଞନ ସ୍ୱାଇଁ, ସରତ ଚନ୍ଦ୍ର ସାହୁ, ତୁଷାର ଗନ୍ତାୟତ , ଚନ୍ଦ୍ର ଶେଖର ଜେନା ପ୍ରମୁଖ ସଞ୍ଚାଳନ କରିଥିଲେ। ଶେଷରେ ଡ଼ଃ ସୀତାଂଶୁ କର ଧନ୍ୟବାଦ ଅର୍ପଣ କରିଥିଲେ।
