ଗ୍ରାମୀଣ ଭାରତ ବନ୍ଦ କୁ ସମର୍ଥନ

ଗ୍ରାମୀଣ ଭାରତ ବନ୍ଦ କୁ ସମର୍ଥନ କରି ବ୍ରହ୍ମପୁର ରେ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ବିରାଟ ମୋଟର ସାଇକେଲ ରାଲିବ୍ରହ୍ମପୁର – ଚାଷୀ ଫସଲର ସହାୟକ ଦର ପାଇଁ ଆଇନ ପ୍ରଣୟନ କରିବା, ଦର ବୃଦ୍ଧି ନିୟନ୍ତ୍ରଣ କରିବା,ଲେବର କୋଡ଼ ବାତିଲ କରିବା, ସରକାରୀ ସମ୍ପତ୍ତି ବିକ୍ରୀ ବନ୍ଦ କରିବା ଏବଂ ନିଯୁକ୍ତି ଦାବୀରେ ଦିଆଯାଇଥିବା ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ କରି ମୋଟର ସାଇକେଲ ଶୋଭାଯାତ୍ରା।ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡରେସନ ପକ୍ଷରୁ ଆହୁତ ଗ୍ରାମୀଣ ବନ୍ଦ ଓ ଧର୍ମଘଟକୁ ସମର୍ଥନ କରି ଆଜି ବ୍ରହ୍ମପୁରରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।ପଟୁଆର ହିଲାପଟଣା ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରୁ ବାହାରି ରେଳ ଷ୍ଟେସନ, ପୁରୁଣା ବସଷ୍ଟାଣ୍ଡ, ବଡବଜାର, ଫାଷ୍ଟଗେଟ, ନୂଆବସଷ୍ଟାଣ୍ଡ ,ଇଂଜିନିୟରିଂ ସ୍କୂଲ, କମାପଲି ଏବଂ ଟାଟାବେଂଜ଼ ଛକ ପରିକ୍ରମା କରି ଥିଲା।ଆଜିର ଏହି ଶୋଭାଯାତ୍ରାରେ CITU ର ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବପ୍ରସାଦ ମହାପାତ୍ର, INTUC ପକ୍ଷରୁ ପୀତବାସ ପଣ୍ଡା,2 3 ,AITUC ପକ୍ଷରୁ ପ୍ରକାଶ ପାତ୍ର, ପ୍ରଦୀପ ସେଠି,କାମଦେବ ପାହାନ ,AAP ର ଆଦିତ୍ୟ ରଥ, ସୁବାସ ରାଉତ,IFTU ର ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ ପରିଛା, AIUTUC ର ପାପୁନ ସାହୁ,ନିମାଇଁ ଚରଣ ସାହୁ HMS ର ସତ୍ୟ ନାରାୟଣ ତ୍ରିପାଠୀ ,osru ର ABS ପାତ୍ର, ରାମା ରାଓ, ସୀମାଞ୍ଚଳ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *