ସୁନିଲ ପାଇଁ ଶତାଧିକ ଆଇନଜୀବି ଅଣ୍ଟା ଭିଡିଲେ

ସୁନିଲ ପାଇଁ ଶତାଧିକ ଆଇନଜୀବି ଅଣ୍ଟା ଭିଡିଲେ ପ୍ରତିସାହି ରେ ପଥପ୍ରାନ୍ତ ସଭା କରାଯିବ ପୁରୀ,27/4 -ପୁରୀ ସଦର ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ (ବି ଜେ ଡି )ର ପ୍ରାର୍ଥୀ ସୁନୀଲ ମହାନ୍ତି ଙ୍କୁ ଜିତାଇବା ପାଇଁ ଶତାଧିକ ଆଇନଜୀବୀମାନେ ଅଣ୍ଟା ଭିଡିଛନ୍ତି |ଏଥିପାଇଁ ବଡଦାଣ୍ଡ ର ଏକ ମଣ୍ଡପ ରେ ଉଚ୍ଚସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ନବୀନ ସରକାର ଙ୍କ ବିଶ୍ୱସ୍ତରୀୟ କାର୍ଯ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀସେତୁ, ଶ୍ରୀମାର୍ଗ, ତୀର୍ଥପୁଷ୍କରଣୀ ରୂପାନ୍ତରିକରଣ, ସ୍ୱର୍ଗଦ୍ୱାର ରେ ଶବ କୁ ସନମାନ, ଶ୍ରୀଜଗନ୍ନାଥ ଷ୍ଟାଡ଼ିଅମ, ବ୍ଲୁ ଫ୍ଲାଗ ବିଚ, ନୀଳାଦ୍ରି ବିଚ ଆଦି ଅନେକ ଉନ୍ନତି ମୂଳକ କାର୍ଯ୍ୟ ବିଜେଡି ସରକାର କରିଛି |ଏହାକୁ ଅନ୍ୟ ଦଳ ର ଜଣେ ନେତା ମୋ ଅମଳରେ ଓ ମୁଁ କରିଛି ବୋଲି ମିଛ ପ୍ରଚାର ପତ୍ର ବାଣ୍ଟୁଛନ୍ତି | ଏ ସମ୍ପର୍କରେ ଜନସାଧାରଣ ଭଲଭାବେ ଜାଣିଛନ୍ତି |ଏହା ବିରୁଦ୍ଧରେ ପ୍ରତି ସାହି ଗଳି କନ୍ଦି ରେ ପଥପ୍ରାନ୍ତ ସଭା କରାଯିବ ବୋଲି ଯୁବନେତା ତଥା ଆଇନଜୀବୀ ବିଶ୍ୱଜିତ ପ୍ରଧାନ ଆହ୍ୱାନ ଦେଇଥିଲେ | ଓକିଲସଂଘ ଓ ଓକିଲମାନଙ୍କ ଉନ୍ନତି ପାଇଁ ଆଲୋଚନା ହୋଇଥିଲା |ଓକିଲମାନେ ରହୁଥିବା ସାହି ମାନଙ୍କର ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଥିଲା | ଆଇନଜୀବୀମାନଙ୍କ ସ୍ୱାସ୍ଥ୍ୟବୀମା ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା | ବି.ଟେକ ଓ ଏମ ବି ଏ କରିଥିବା ଉଚ୍ଚଶିକ୍ଷିତ ସୁନୀଲ ଙ୍କ ପ୍ରତି ନିର୍ବାଚନମଣ୍ଡଳୀ ରେ ସମର୍ଥନ ବଢୁଥିବା ଅନେକ ଓକିଲ ମତ ଦେଇଥିଲେ | ହାୱା ନେତା ଙ୍କୁ ହଟାଇବା ପାଇଁ ନିଷ୍ପତ୍ତି ହୋଇଥିଲା |ଶେଷରେ କାଜୁଜୀ ଧନ୍ୟବାଦ ଦେଇଥିଲେ |

Leave a Reply

Your email address will not be published. Required fields are marked *