ଅନ୍ତର୍ନିହିତ କଳାର ପ୍ରତିଫଳନ କରେ “ସୁରଭି”
କାକଟପୁର, ୨୫.୨୦() : କାକଟପୁର ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ମଣ୍ଡଳ ଅନ୍ତର୍ଗତ ସମସ୍ତ କ୍ଲଷ୍ଟରରୁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ମାନଙ୍କୁ ନେଇ କଳା ଓ ସାହିତ୍ୟରର ବିଭିନ୍ନ ବର୍ଗରେ ପ୍ରତିଯୋଗୀତା ମାନ ହୋଇଥିଲା। ଶ୍ରେଷ୍ଠ କୃତି ଛାତ୍ର ଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରତିପାଦନ କରିବା ପାଇଁ ମନୋନୀତ ହୋଇଛନ୍ତି।ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ପ୍ରତିଯୋଗୀତା ମାନ ଆୟୋଜିତ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ସାଧାରଣ ସଭା ଓ ପୁରସ୍କାର ବଣ୍ଟନ କରାଯାଇଥିଲା। ଅତିଥି ଭାବେ ବ୍ଳକ୍ ବିଡ଼ିଓ ନାରାୟଣ ଦୀକ୍ଷିତ, ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ନନ୍ଦ, ସହଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ କାଣ୍ଡି, ଶିକ୍ଷୟତ୍ରୀ ଦୀପ୍ତି କୁମାରୀ ମହାନ୍ତି, ଶିକ୍ଷକ ତ୍ରିଲୋଚନ ବିଶ୍ବାଳ, ହୃଦାନନ୍ଦ ସାସମଲ ପ୍ରମୁଖ ଯୋଗ

ଦେଇ ଅନ୍ତର୍ନିହିତ କଳାର ପ୍ରତିଫଳନ କରେ “ସୁରଭି” ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ଭାଗନେଇ ଛାତ୍ରଛାତ୍ରୀ ମାନେ ନିଜର ଅନ୍ତର୍ନିହିତ ଶକ୍ତି ଓ ଦକ୍ଷତାର ପ୍ରତିପାଦନ କରିପାରିବେ। ଶେଷ ପର୍ଯ୍ୟାୟରେ ବିଭିନ୍ନ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରରେ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଦକ୍ଷତା ପ୍ରଦର୍ଶନ କରିବେ। କାର୍ଯ୍ୟକ୍ରମକୁ ସମସ୍ତ ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ।
