ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ସୋର୍ଯ୍ୟ ଦିବସ ପାଳନ,

ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ସୋର୍ଯ୍ୟ ଦିବସ ପାଳନ, ବ୍ରହ୍ମପୁର :-୧୧/୧୨( )ବ୍ରହ୍ମପୁର ସହରରେ ବଜରଙ୍ଗ ଦଳ ତରଫରୁ ସୌର୍ଯ୍ୟ ଦିବସ ପାଳନ କରାଯାଇଛି, ଏହି କାର୍ଯ୍ୟକ୍ରମରେ ଏକ ସାଧାରଣ ସଭା ପରେ ଶୋଭାଯାତ୍ରା ନଗର ପରିକ୍ରମା ହୋଇଥିଲା,୧୫୨୮ ମସିହାରେ ବିଦେଶୀ ଆକ୍ରମଣକlରି ବାବର୍ ଦ୍ଵାରା ଅଯୋଧ୍ୟାର ପ୍ରଭୁ ଶ୍ରୀରାମ ଙ୍କ ଜନ୍ମଭୂମି ମନ୍ଦିରକୁ ଧ୍ବଂସ କରି ବିବାଦୀୟ ଢାଞ୍ଚା ତିଆରି କରାଯାଇଥିଲା, ଦୀର୍ଘ ପାଞ୍ଚ ଶହ ବର୍ଷ ଧରି ହିନ୍ଦୁ ସମାଜ ଶ୍ରୀରାମ ଜନ୍ମ ଭୂମିକୁ ମୁକ୍ତ କରିବା ପାଇଁ ଆନ୍ଦୋଳନ କରି ଆସୁଥିଲା,୧୯୯୨ ଡିସେମ୍ବର ୬ ତାରିଖ ଦିନ ଉକ୍ତ ଢାଞ୍ଚା ର ପତନ ହେଲା, ବାସ୍ତବରେ ତାହା ହିନ୍ଦୁ ସମାଜର ଶୌର୍ଯ୍ୟ ପ୍ରଦର୍ଶନ ର ଜ୍ୱଳନ୍ତ ଉଦାହରଣ ଅଟେ । ଉକ୍ତ ଗୌରବମୟ ଘଟଣାକୁ ମନେରଖିବା ଉଦ୍ଧେଶ୍ୟରେ ବଜରଙ୍ଗ ଦଳ ତରଫରୁ ଉକ୍ତ ଦିବସକୁ ସୋର୍ୟ୍ଯ ଦିବସ ରୂପେ ଗୀତl ଜୟନ୍ତୀ ଦିନ ପାଳନ କରି ଆସୁଛି , । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ କୁମାର ପ୍ରଧାନ, ବିଭାଗ ସମ୍ପାଦକ ଅରୁଣ ପ୍ରସାଦ ପାଢ଼ୀ, ପ୍ରାନ୍ତ ଅଧିକାରି ଅଶୋକ କୁମାର ପାଳ ରମାକାନ୍ତ ରଥ ଜିଲ୍ଲା ସଭାପତି ଅଜିତ କୁମାର ମହାପାତ୍ର, ସମ୍ପାଦକ ଶ୍ରୀନିବାସ ଆଚରି, ବଜରଙ୍ଗ ଦଳ ସଂଯୋଜକ ଅଜୟ ବେହେରା, ସହ ସଂଯୋଜକ ରୋସନ ସାହୁ, ଭୈରବ ସାହୁ , ମହାନଗର ସଭାପତି ସମରେନ୍ଦ୍ର ସାହୁ, ସମ୍ପାଦକ କେଦାର ପଣ୍ଡା, ଜିଲ୍ଲା ଉପ ସଭାପତି ବଳରାମ ମହାରଣା, ନନ୍ଦୀ ଭାଇ, ରାଜୀବ ଖାଡଙ୍ଗା ଓ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *