ନିମାପଡା କଂଗ୍ରେସ ସ୍ଥିତିଦୁର୍ବଳ ସୁରଙ୍କ ପୁଅ ସିଦ୍ଧାର୍ଥ କରିବେ ଏହାକୁ ସବଳ

ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ନିମାପଡା ରାଜନୀତି ସରଗରମ । ତେବେ ନିମାପଡାରେ ନୁଆ ଚେହେରାଙ୍କ ଆବ୍ରିଭାବକୁ ନେଇ ସବୁଆଡେ ଚର୍ଚ୍ଚା । ବଦଳି ଯିବ କି ନିମାପଡା ରାଜନୀତିର ସମୀକରଣ । ତେବେ ନିମାପଡାରେ କଂଗ୍ରେସ ସ୍ଥିତି ଦୁର୍ବଳ ଥିବା ବେଳେ କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ ଗଣମାଧ୍ୟମ କହିଛନ୍ତି ତାଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ନିମାପଡା କଂଗ୍ରେସକୁ ଶାବଳ ଭଳି ମଜବୁତ କରିବେ , ଆଗକୁ ମାଡି ଚାଲ । ନିମାପଡା ରାଜନୀତିରେ ସିଦ୍ଧାର୍ଥ ଏଣ୍ଟ୍ରି କରିବା ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଛି ନିମାପଡାରେ ସିଦ୍ଧାର୍ଥ ସାଇକେଲରେ ଏନସି ସମେତ ବିଭିନ୍ନ ପଂଚାୟତ ବୁଲି ଲୋକ ମାନଙ୍କ ସହିତ ଭେଟ ହୋଇ ଅଂଚଳର ସମସ୍ୟା ସବୁ ବୁଝୁଛନ୍ତି । ନିମାପଡାକୁ ଏକ କୃଷି ହବରେ ପରିଣତ କରିବା ଲକ୍ଷରେ ଏକ ଏନ. ଜି. ଓ ମାଧ୍ୟମରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ଦଳ ଯଦି ଟିକେଟ ଦେଲା ତାଙ୍କ ପୁଅ ନିମାପଡା ନିର୍ବାଚନ ମଣ୍ଡଳୀରେ ରାଜନୀତିର ମଇଦାନକୁ ଓଲ୍ହାଇବେ ବୋଲି ସୁର କହିଛନ୍ତି ସାଧାରଣ ନିର୍ବାଚନ ପୂର୍ବରୁ ଜଟଣୀ ବିଧାୟକ ସୁର ରାଉତରାୟ ଏବଂ ତାଙ୍କ ପୁଅଙ୍କ ଆବୃଭାବ କୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ନିମାପଡା ପୁରୁଣା କଂଗ୍ରେସ କର୍ମୀ ଏହାକୁ କେତେଦୂର ଗ୍ରହଣ କରୁଛନ୍ତି ତାହା ଆଗାମୀ ଦିନର ସମୟ ହିଁ କହିବ ।

Nibedita Mishra reporter

Leave a Reply

Your email address will not be published. Required fields are marked *