ନବବଧୁଙ୍କ ସନ୍ଦେହଜନକ ଆତ୍ମହତ୍ୟା

ନବବଧୁଙ୍କ ସନ୍ଦେହଜନକ ଆତ୍ମହତ୍ୟା ଗୋପ ୨୫.୦୯ ଗୋପ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବିବାହିତା ନବବଧୁ ଘରେ କେହି ନଥ‌ିବା ବେଳେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ପ୍ରକାସଯେ ଗୋପ ଥାନା ଶିଶୋ ସାମିଲି ଗୋଲାସାହି ଗ୍ରାମର ପ୍ରକାଶ ମୁଦୁଲିଙ୍କ ପୁରୀ ଚନ୍ଦନପୁର ଥାନା ଅଞ୍ଚଳର ଭଗବାନ ମୁଦୁଲିଙ୍କ ଝିଅ ପୂଜା ମୁଦୁଲିଙ୍କୁ ବିବାହ କରିଥିଲେ । ମାତ୍ର କୌଣସି କାରଣ ନେଇ ଘରେ ଶାଶୁ ଏବଂ ନଣନ୍ଦ ନଥିବା ବେଳେ ବେକରେ ରଶି ଲଗାଇ ପୂଜା ଆତ୍ମ ହତ୍ୟା କରିଥିଲେ । ଏହା ଦେଖି ପରିବାର ଲୋକ ପୂଜାଙ୍କୁ ଗୋପ ମେଡିକାଲରେ ଭର୍ତ୍ତି କରିଥରବା ବେଳେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଗୋପ ପୋଲିସ ଉକ୍ତ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ଡାକ୍ତରଖାନାକୁ ପଠାଇଥିଲେ । ହେଲେ ନବବଧୂଙ୍କ ଆତ୍ମହତ୍ୟା ପଛରେ କାରଣ କଣ ? ତାହା ଏବେ ରହସ୍ୟ ଘେରରେ ।

Leave a Reply

Your email address will not be published. Required fields are marked *