ସ୍ଥାୟୀ ବିକାଶ ଲକ୍ଷ୍ୟ ଏନଜିଓ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସ୍ଥାୟୀ ବିକାଶ ଲକ୍ଷ୍ୟ ଏନଜିଓ ପକ୍ଷରୁ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଭାବିନୀପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ମହାନ ଉତ୍ସାହର ସହ ଉଦ୍ଯାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସକାଳ ୧୦ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ରେ ଶେଷ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ କମିଶନ ଗଞ୍ଜାମର ମାନ୍ୟବର ସଦସ୍ୟା ଶ୍ରୀମତୀ ସାରିତ୍ରି ପଟ୍ଟନାୟକ, ଭାବିନୀପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମାନ ରଞ୍ଜିତ ସାହୁ ଯିଏ କି ଏହି ପ୍ରୋଗ୍ରାମ ର ମୂଳଧାର ଥିଲେ,ସ୍ଥାୟୀ ବିକାଶ ଲକ୍ଷ୍ୟ ଏନଜିଓର ସଭାପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ରବୀନ୍ଦ୍ର କୁମାର ମିଶ୍ର, ପଞ୍ଚାୟତ ଅଫିସର୍ ସୁଶ୍ରୀ ନିରୁପମା ପ୍ରଧାନ, ମହିଳା ସଂଘ ସଭାପତି ଶ୍ରୀମତୀ ଗାୟତ୍ରୀ ଶତପଥି, ନାଏବ ସରପଞ୍ଚ ଶ୍ରୀମତୀ ଶିବାନୀ ପାତ୍ର, ସ୍ଥାୟୀ ବିକାଶ ଲକ୍ଷ୍ୟର ଉପଦେଷ୍ଟା ପ୍ରଫେସର ସୂର୍ଯ୍ୟ ନାରାୟଣ ତ୍ରୀପାଠୀ, ଏମ୍‌କେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲର ଓବ୍ସ ଏଣ୍ଡ ଗାଇନକଲଜି ବିଭାଗର ଡାକ୍ତର. ଭାରତୀ ମିଶ୍ର, ଡାକ୍ତର. ପୋଲାକି ଶ୍ରୀ, ଡୁରା କଲେଜର ଲେକ୍ଚରାର ଡାକ୍ତର. ଉଷାରାଣୀ ବ୍ରହ୍ମା, ସ୍ଥାୟୀ ବିକାଶ ଲକ୍ଷ୍ୟର ଉପ ସଭାପତି ବି. ଜନାର୍ଦ୍ଦନ ରେଡ୍ଡୀ, ସେକ୍ରେଟାରୀ ଉମା ଶଙ୍କର ସାହୁ, ଯୁଗ୍ମ ସେକ୍ରେଟାରୀ ରବୀନ୍ଦ୍ର ଗୌଡ, କୋଷାଧ୍ୟକ୍ଷ ଜୟସେନ ସାସମଲ, ମଧୁସ୍ମିତା ଠାକୁର ଯିଏ କି ଏହି ପ୍ରୋଗ୍ରାମ କୁ ପରିଚାଳନା କରିଥିଲେ, ସମୀର କୁମାର ମୁନି, ମୋତିଲାଲ ଠାକୁର, ରାଜୀବ ମିଶ୍ର, ପ୍ରଦୀପ ଖଟେଇ, ସୋନାଲି ନାୟକ, ସ୍ଵପ୍ନା ବେହେରା, ସ୍ୱାଗତିକା ଶତପଥି, ସୁରେଶ ସାହୁ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ ଏବଂ ଏହି ପ୍ରୋଗ୍ରାମ କୁ ସଫଲ୍ୟ ମଣ୍ଡିତ କରିଥିଲେ।ଭାବିନୀପୁର ଗ୍ରାମ ପଞ୍ଚାୟତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମହିଳା ଓ ସମାଜର ବିଭିନ୍ନ ବର୍ଗର ଲୋକମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏଥିରେ ପ୍ରାୟ ୧୬୮ ଜଣ କିଶୋରୀ ବାଳିକା, ମହିଳା, ଏନମ, ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ, ନର୍ସିଂ ଅଫିସର୍, ନର୍ସ, ଶିକ୍ଷକ, ଡାକ୍ତର, ଆଇନଜୀବୀ, ସାମାଜିକ କର୍ମୀ, ଏବଂ ଅନ୍ୟାନ୍ୟ ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦେଇ ସଫଳ କରିଥିଲେ।ଏହି ଅବସରରେ ସ୍ଥାୟୀ ବିକାଶ ଲକ୍ଷ୍ୟ ଏନଜିଓ ପକ୍ଷରୁ ଗଞ୍ଜାମ ଜିଲ୍ଲାର ୩୦ ଜଣ ପ୍ରେରଣାଦାୟକ ମହିଳା ବ୍ୟକ୍ତିତ୍ୱଙ୍କୁ “୨୦୨୬ ବର୍ଷର ଶ୍ରେଷ୍ଠ ମହିଳା (Women of the Year 2026)” ସମ୍ମାନରେ ସମ୍ମାନିତ କରାଯାଇଥିଲା। ସମ୍ମାନିତ ମହିଳାମାନଙ୍କ ମଧ୍ୟରେ ANM, ଆଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ନର୍ସ, ନର୍ସିଂ ଅଫିସର, ଲେକ୍ଚରାର ଓ ସମାଜ ସେବାରେ ନିରନ୍ତର କାର୍ଯ୍ୟରତ ଅନ୍ୟାନ୍ୟ ମହିଳାମାନେ ଅନ୍ତର୍ଭୁକ୍ତ ଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ ସଚେତନତା ଓ ସମାଜ ଉନ୍ନୟନ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ଏନଜିଓର ସ୍ଥାୟୀ ସମାଜ ଉନ୍ନୟନ ପ୍ରତି ଅତୁଟ ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସୋମ ହସ୍ପିଟାଲ ର ୭ ଜଣ ବରିଷ୍ଠ ଡ଼ାକ୍ତର ମାନଙ୍କ ସହ ତାଙ୍କ ଟିମ୍ ପ୍ରାୟ ୧୫୦ ରୁ ଉର୍ଦ୍ଧ କିଶୋରୀ ବାଳିକା ଏବଂ ମହିଳାମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କୁ ମାଗଣା ମେଡିସିନ ପ୍ରଦାନ କରିଥିଲେ ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ। ସ୍ଥାୟୀ ବିକାଶ ଲକ୍ଷ୍ୟ ଏନଜିଓର ମୂଳ ଉଦ୍ଦେଶ୍ୟ ଥିଲା ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବା ସହ ନୀତି ଆୟୋଗର ଭିସନ୍ କୁ ସଫଳ କରିବା ଏବଂ ନୂତନ ଭାରତ, ନୂତନ ଓଡ଼ିଶା ସହ ବିକଶିତ ଭାରତ ଗଢିବାରେ ସମସ୍ତ ବର୍ଗର ପୀଡ଼ିତ ଲୋକଙ୍କୁ ଆଗ ଧାଡ଼ିର ଲୋକଙ୍କ ସହ ମିଶାଇବା ଏବଂ ନିଃସ୍ଵାର୍ଥପର ସମାଜସେବା କରିବା।ସ୍ଥାୟୀ ବିକାଶ ଲକ୍ଷ୍ୟ ଏନଜିଓ ଏହି ପ୍ରୋଗ୍ରାମ ର ସଫଳତା ପାଇଁ ସରପଞ୍ଚ ଶ୍ରୀମାନ ରଞ୍ଜିତ ସାହୁ, ସୋମ ହସ୍ପିଟାଲ୍, ଏମ. କେ. ସି.ଜି ହସ୍ପିଟାଲ ର ସମସ୍ତ ଡାକ୍ତର, ନର୍ସ, ଏବଂ ଏହି ପ୍ରୋଗ୍ରାମ ରେ ଭାଗ ନେଇଥିବା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲା।

Leave a Reply

Your email address will not be published. Required fields are marked *