ଭଦ୍ରକ ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ସସ୍ଥାୟୀ ଉନ୍ନୟନ ଲକ୍ଷ୍ୟ (SDG) ବିଷୟରେ ପ୍ରଶିକ୍ଷଣ

ଭଦ୍ରକ ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ସସ୍ଥାୟୀ ଉନ୍ନୟନ ଲକ୍ଷ୍ୟ (SDG) ବିଷୟରେ ପ୍ରଶିକ୍ଷଣ

ଭଦ୍ରକ, ୧୧/୧୨/୨୦୨୫- ଆଜି ଭଦ୍ରକ ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ସସ୍ଥାୟୀ ଉନ୍ନୟନ ଲକ୍ଷ୍ୟ (Sustainable Development Goals–SDG) ବିଷୟରେ ଏକ ଦିବସୀୟ ପ୍ରଶିକ୍ଷଣ କାଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ପ୍ଲାନିଂ ଓ କନଭର୍ଜେନ୍ସ ବିଭାଗଙ୍କ ଯୁକ୍ତ ଉଦ୍ୟମରେ ଆୟୋଜିତ ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଥିଲା—ସରକାରୀ ଯୋଜନା ସମ୍ପୃକ୍ତ
କାର୍ୟ ସମୂହକୁ SDG ଲକ୍ଷ୍ୟସମୂହ ସହିତ ସମନ୍ୱୟ କରି ଭଲ ଶାସନ ଏବଂ ଗୁଣାତ୍ମକ ସେବାଦାନକୁ ଶକ୍ତିଶାଳୀ କରିବା।

କାର୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ରାଉତରାଏ SDG ଲକ୍ଷ୍ୟର କାର୍ଯ୍ୟନିଷ୍ପାଦନରେ ବିଭାଗମାନଙ୍କ ଯୁକ୍ତ ଉଦ୍ୟମର ପ୍ର।ସଙ୍ଗିକତା ବ୍ୟକ୍ତ କରି ଅଧିକାରୀଙ୍କୁ ଭୂମିକା ପାଳନ ପାଇଁ ଆହ୍ୱାନ କଲେ। SDG peace, prosperity, progress, partnership ଏବଂ planet ଉପରେ ପର୍ଯ‍୍ୟବେଶିତ ବୋଲି ଜିଲ୍ଲାପାଳ କହିଥିଲେ।SDG-ର ପ୍ରଥମ ଲକ୍ଷ୍ୟ ହେଉଛି ଦରିଦ୍ରତା ନିରାକରଣ। ଏହାକୁ ସାର୍ଥକ କରିବା ପାଇଁ ଗ୍ରାମ।ଞ୍ଚଳ ହେଉ କି ସହର।ଞ୍ଚଳ — ସମସ୍ତ ଅଞ୍ଚଳକୁ ବାସଯୋଗ୍ୟ, ସୁନ୍ଦର ଏବଂ ସସ୍ଥାୟୀ ଭାବରେ ଗଢ଼ି ତୋଳିବା ଅତ୍ୟାବଶ୍ୟକ ବୋଲି ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ।
ଦରିଦ୍ର ପରିବାରଙ୍କ ଆର୍ଥିକ ସାମର୍ଥ୍ୟ ବୃଦ୍ଧି, ମୌଳିକ ସେବାର ସୁବିଧା ପହଞ୍ଚାଇବା, ନିଯୁକ୍ତି ସୃଷ୍ଟି ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ମାଧ୍ୟମରେ ଏହି ଲକ୍ଷ୍ୟ ପ୍ରାପ୍ତି ସମ୍ଭବ ହେବ ବୋଲି ସେ ଉଲ୍ଲେଖ କଲେ।

ପ୍ରଶିକ୍ଷଣ କାର୍ୟକ୍ରମରେ ବିଶେଷଜ୍ଞମାନଙ୍କ ଦ୍ୱାରା—

  • ଦରିଦ୍ରତା ନିରାକରଣ
  • ଗୁଣାତ୍ମକ ଶିକ୍ଷା
  • ସୁସ୍ଥ୍ ଜୀବନ
  • ଲିଙ୍ଗ ସମାନତା
  • ପରିବେଶ ସୁରକ୍ଷା
  • ସାର୍ବଜନୀନ ଭାଗିଦାରି
    ପରି ବିଭିନ୍ନ SDG ତଥ୍ୟ ଓ କାର୍ୟନୈପୁଣ୍ୟ ବିଷୟରେ ଦଳସାଧିତ କାର୍ଯ୍ୟଶୀଳ ସତ୍ର ପରିଚାଳନା କରି ଅଧିକାରୀଙ୍କୁ ଖୋଲା ଆଲୋଚନା ପାଇଁ ସୁଯୋଗ ପ୍ରଦାନ କରାଗଲା।

କାର୍ୟକ୍ରମରେ ବ୍ଲକ୍, ତହସିଲ୍, ପ୍ଞ୍ଚାୟତର ବିଭିନ୍ନ ଶାସନ ଅଧିକାରୀ, ଜିଲ୍ଲାସ୍ତରୀୟ ନୋଡାଲ୍ ଅଫିସର ମାନେ ଉପସ୍ଥିତ ହୋଇ SDG ଆଧାରିତ ଯୋଜନାରେ ଭଦ୍ରକକୁ ଏକ ଦୃଷ୍ଟାନ୍ତ ଜିଲ୍ଲା
ହିସାବରେ ପରିଣତ କରିବାପାଇଁ ସଙ୍କଳ୍ପ ବ୍ୟକ୍ତ କଲେ।

Leave a Reply

Your email address will not be published. Required fields are marked *