ଗୋରେଖନାଥ ପୀଠରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଗୋରେଖନାଥ ପୀଠରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ।
ରଘୁନାଥପୁର:-୨୬/୯:-ରଘୁନାଥପୁର ବ୍ଲକ କେରେକେରା ସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠରେ ଭାଜପା ଜଇପୁର ମଣ୍ଡଳ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସକାଳୁ ଭାଜପା ନେତା ଓ କର୍ମୀମାନେ ପୀଠର ପ୍ରବେଶ ଦ୍ଵାର ଓ ପରିସର ଏବଂ ସମ୍ମୁଖ ରାସ୍ତାକୁ ସଫା କରିବା ସହ ପ୍ଲାଷ୍ଟିକ ଓ ବର୍ଜ୍ୟ ବସ୍ତୁ ଗୁଡ଼ିକୁ ଅନ୍ୟତ୍ର ନେଇଯାଇଥିଲେ।ଏହି ଅବସରରେ ଭାଜପା କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ପାଳିତ ସେବା ସପ୍ତାହର ତାତ୍ପର୍ଯ୍ୟ ଓ ସମର୍ପଣ ମନୋଭାବ ସମ୍ପର୍କରେ ପ୍ରକାଶ କରିଥିଲେ।ଏହାଛଡା ପ୍ରତ୍ୟେକ ନାଗରିକ ସେମାନଙ୍କ ଦାଇତ୍ୱ ଓ କର୍ତ୍ତବ୍ୟ ପ୍ରତି ଅନୁରକ୍ତ ହୋଇ ସ୍ୱଚ୍ଛତାକୁ ନିତିଦିନିଆ ଅଭ୍ୟାସରେ ପରିଣତ କରିବା ପାଇଁ ଆହ୍ଵାନ କରିଥିଲେ।ଯୁବନେତା ପ୍ରକାଶ ଦଳାଇ,ମଣ୍ଡଳ ସଭାପତି ବନୋଜ ନାୟକ ଓ ପ୍ରଭାରୀ ବିଜୟ କୁମାର ଦାସ,କର୍ମକର୍ତ୍ତା ବଳରାମ ଦଳାଇ,ମହିଳା ମୋର୍ଚ୍ଚା ସଭାନେତ୍ରୀ ମଧୁସ୍ମିତା ଭୋଇ,ଶଶାଙ୍କ ମହାନ୍ତି,ସଞ୍ଜୟ ଖୁଣ୍ଟିଆ,ଯୁବମୋର୍ଚ୍ଚା ସଭାପତି ସ୍ମୃତିରଞ୍ଜନ ବେହେରା,ଓବିସୀ ମୋର୍ଚ୍ଚା ସଭାପତି ଦିପ୍ତିରଞ୍ଜନ ମହାପାତ୍ର,ମଣ୍ଡଳ ଓବିସୀ ମୋର୍ଚ୍ଚା ସଭାପତି ଅସିତ୍ ମହାରଣା,ମମତା ଜେନା,ଆଲୋକ ପଣ୍ଡା,ଲିପି ମଲ୍ଲିକଙ୍କ ସହ ବହୁ କର୍ମୀ ଓ ଗ୍ରାମବାସମାନେ ଏଥିରେ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *