ପିଆଇବି ଓ ସିବିସି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ପଖୱାଡ଼ା ୨୦୨୬ ଉଦଯାପିତ

ପିଆଇବି ଓ ସିବିସି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ପଖୱାଡ଼ା ୨୦୨୬ ଉଦଯାପିତ l ସ୍ୱଚ୍ଛତାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରିବା ଆବଶ୍ୟକ: ପିଆଇବି ଏଡିଜି ଅଖିଳ ମିଶ୍ରବ୍ୟକ୍ତିଗତ ସଚେତନତା ଏବଂ ସାମୂହିକ ପ୍ରୟାସ ମାଧ୍ୟମରେ ଦୀର୍ଘସ୍ଥାୟୀ ସ୍ୱଚ୍ଛତା ଲକ୍ଷ୍ୟ ହାସଲ କରାଯାଇପାରିବ : ତନୟା ପଟ୍ଟନାୟକଭୁବନେଶ୍ୱର, ୩୦.୦୧.୨୦୨୬: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ସ୍ୱଚ୍ଛତା ପଖୱାଡ଼ା ୨୦୨୬ର ଉଦଯାପନୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛତା, ଜନ ଭାଗିଦାରୀ ଏବଂ ଅଭ୍ୟାସଗତ ପରିବର୍ତ୍ତନ ଦିଗରେ ସାମୂହିକ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ପିଆଇବି ଏବଂ ସିବିସି (ଓଡ଼ିଶା ଏବଂ ଝାଡ଼ଖଣ୍ଡ କ୍ଷେତ୍ର)ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ‘ସମ୍ବାଦ’ର ସମ୍ପାଦକ ଶ୍ରୀମତୀ ତନୟା ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏବଂ ବିର୍ଲା ଗ୍ଲୋବାଲ୍ ୟୁନିଭରସିଟିର ଏନଏସଏସ ସେଲ ଆବାହକ ପ୍ରଫେସର ଯୋଗେନ୍ଦ୍ର ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ମିଶନର ମୂଳ ଲକ୍ଷ୍ୟ ଉପରେ ଆଲୋକପାତ କରାଯିବା ସହିତ ଜନଭାଗିଦାରୀ ଏବଂ ଦୀର୍ଘସ୍ଥାୟୀ ଅଭ୍ୟାସଗତ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ମିଶ୍ର କହିଥିଲେ ଯେ, ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ସ୍ୱଚ୍ଛ ଭାରତ ମିଶନ’ କେବଳ ବାହ୍ୟ ସ୍ବଚ୍ଛତା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ମାନସିକ ସ୍ୱଚ୍ଛତାର ଏକ ବ୍ୟାପକ ଆନ୍ଦୋଳନ। ସ୍ୱଚ୍ଛତାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରିବା ଆବଶ୍ୟକ। ସ୍ୱଚ୍ଛତା ଯେତେବେଳେ ଜୀବନଶୈଳୀରେ ପ୍ରତିଫଳିତ ହେବ ଏବଂ ନାଗରିକଙ୍କ ମୂଲ୍ୟବୋଧ ଭାବେ ଗ୍ରହଣୀୟ ହେବ, ସେତେବେଳେ ହିଁ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ।ତନୟା ପଟ୍ଟନାୟକ ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କୁ ସଚେତନ କରି କହିଥିଲେ, ସ୍ୱଚ୍ଛତାର ଅଭିଯାନ ନିଜ ଘରୁ ହିଁ ଆରମ୍ଭ ହେବା ଆବଶ୍ୟକ। କେବଳ ପ୍ରଶାସନିକ ବ୍ୟବସ୍ଥା ଦ୍ୱାରା ଦୀର୍ଘସ୍ଥାୟୀ ସ୍ୱଚ୍ଛତା ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ, ଏଥିପାଇଁ ଜନ ସଚେତନତା, ଉତ୍ତରଦାୟିତ୍ୱ ଏବଂ ସଚେତନ ପଦକ୍ଷେପର ଆବଶ୍ୟକତା ରହିଛି। ନିଜ ଆଖପାଖ ପରିବେଶ ଏବଂ ସାମାଜିକ ସ୍ତରରେ ପରିଚ୍ଛନ୍ନତାକୁ ବଜାୟ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତିର ସାମୂହିକ ଦାୟିତ୍ୱବୋଧ ଓ ସଚେତନତା ଏକାନ୍ତ ଅପରିହାର୍ଯ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହାଦ୍ୱାରା ପ୍ରକୃତରେ ଏକ ସ୍ୱଚ୍ଛ ଏବଂ ସମୃଦ୍ଧ ରାଷ୍ଟ୍ର ଗଠନ ସମ୍ଭବ।ପ୍ରଫେସର ଯୋଗେନ୍ଦ୍ର ସିଂହ କହିଥିଲେ ଯେ, ଭିତ୍ତିଭୂମି ଅପେକ୍ଷା ସ୍ୱଚ୍ଛତା ପାଇଁ ବ୍ୟକ୍ତିଗତ ସଚେତନତା ଆବଶ୍ୟକ। ଗ୍ରାମାଞ୍ଚଳରେ ଏହି ସଚେତନତା ଅଧିକ ଦେଖାଯାଏ । ସହରାଞ୍ଚଳରେ ସ୍ୱଚ୍ଛତା ଘର ପର୍ଯ୍ୟନ୍ତ ସୀମିତ ରହିଯାଏ ବୋଲି ମତ ରଖିବା ସହିତ ବ୍ୟାପକ ସାମାଜିକ ସମ୍ପୃକ୍ତି ପାଇଁ ସେ ଆହ୍ୱାନ କରିଥିଲେ।କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ସିବିସି, ଭୁବନେଶ୍ୱରର ବରିଷ୍ଠ କଳାକାରମାନଙ୍କ ଦ୍ୱାରା ‘ବିକଶିତ ଭାରତ ୨୦୪୭’ ବାର୍ତ୍ତା ଉପରେ ଆଧାରିତ ଏକ ନାଟକ ପରିବେଷଣ କରାଯାଇଥିଲା।କଳାକାରମାନେ ସୃଜନଶୀଳ ଉପସ୍ଥାପନା ମାଧ୍ୟମରେ ସ୍ୱଚ୍ଛତାର ବାର୍ତ୍ତା ପ୍ରସାର କରିଥିଲେ ।କାର୍ଯ୍ୟକ୍ରମର ସମାପନ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସିବିସିର ସହାୟକ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକରାୟ ଧନ୍ୟବାଦ ଜ୍ଞାପନ କରିଥିଲେ।*********SO/PS/Swadhin

Leave a Reply

Your email address will not be published. Required fields are marked *