ସ୍ବାମୀ ଅରୂପାନନ୍ଦ +୨କଲେଜ ନାବାଳିକା ଛାତ୍ରୀ ଙ୍କୁ ଯୈାନନିର୍ଯ୍ୟାତନା ଘଟଣା।

ରଘୁନାଥପୁର ୧୩/୮;-ରାଜ୍ୟରେ ନାରୀ ନିର୍ଯ୍ୟାତନାବୣଦ୍ଧି ପାଉଥିବାରୁ ସେମାନଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳହୋଇଛି ଓ କୣର୍ତ୍ତାଙ୍ଗ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ଯୈାନକେଳାଙ୍କାରୀରେ ଲିପ୍ତଥିବା କୁ ନେଇ ସେମାନଙ୍କ ଗିରଫ ଦାବୀରେ କଂଗ୍ରେସ ବର୍ଷିଲା ବିଜେପି ଉପରେ। ପ୍ରତିବାଦ ରେ ରବିବାର ରଘୁନାଥପୁର ବ୍ଲକ ସ୍ଥାନୀୟ ମଦନ ମୋହନ ମଠ ନିକଟରୁ ବିରିଡି,ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ କଂଗ୍ରେସ କର୍ମୀ ମାନେ ରାଜ୍ୟ ପିସିସି ସଦସ୍ୟ ଦେବ ପ୍ରସାଦ ନାୟକଙ୍କ ନେତୣତ୍ୟରେ ଏକ ବିରାଟ ପଟୁଆର ରେ ବାହାରି ରାଜ୍ୟସରକାରଙ୍କ ବିରୋଧ ରେ ବିଭିନ୍ନ ସସ୍ଲୋଗାନ ଦେଇ ରଘୁନାଥପୁର ଥାନାରେ ପହଞ୍ଚିଥିଲେ।ସେଠାରେ ଥାନା ଘେରାଉ କରିବା କୁର୍ତ୍ତାଙ୍ଗ +୨ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ଙ୍କ ଗିରଫଦାବୀ କରିଥିଲେ।ଏଠାରେ ସୂଚନା ଯୋଗ୍ୟ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକଅଧିନ କୁର୍ତ୍ତାଙ୍ଗଠାରେ ଥିବା ସ୍ଵାମୀ ଅରୁପାନନ୍ଦ+୨ କଲେଜ ର ଜୈନିକ ନାବାଳିକାକୁ ଗଣିତ ଅଧ୍ୟାପକ ଶ୍ବାଶତ ମହାନ୍ତି ଯୈାନନିର୍ଯ୍ୟାତନା ଦେଇଥିଲେ।ଏହି ଘଟଣାକୁ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ବିଭାଗୀୟ ଉଚ୍ଚ ଅଧିକାରୀ,ପରିଚାଳନା କମିଟି କିମ୍ବା ପୋଲିସର ସହାୟତା ନନେଇ ଆପସ ବୁଝାମଣାରେ ଘଟଣାକୁ ଚପାଇଦେଇଥିଲେ।ଏହାକୁ ନେଇ ନାବାଳିକା ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୣଷ୍ଟିଆର୍କଷଣ କରଯାଇଥିଲା।ଏହାକୁ ନେଇ ଜିଲ୍ଲାପାଳ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ନିଲମ୍ବନ କରିଥିଲେ।ପରିଚାଳା କମିଟି ର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଉଭୟଙ୍କ ନାମରେ ଥାନାରେ ଏତଲା ଦେଇଥିଲେ।ଏହିଏତଲାକୁ ଭିତିକରି ସେମାନଙ୍କ ବିରୁଦ୍ଧରେ ପୋକ୍ସଭଳି ସଂଙ୍ଗୀନ ଦଫାଲାଗିଥିଲେ ବି ଆଶାମୀ ମାନେ ଖୋଲା ଆକାଶତଳେ ବୁଲୁଥିଲୁଛନ୍ତି।ଅଭିଯୋଗ ହେବାର ୧୦ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଗିରଫ କରିବା ରେ ବିଫଳ ହୋଇଛି।ବେଲ କରିବାପାଇଁ ଜାଣିସୁଣି ପୋଲିସ ସେମାନଙ୍କୁ ସୁଯୋଗଦେଉଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହିତ ସେମାନଙ୍କ ଗିରଫ ଦାବୀରେ ଏକ ଦାବୀପତ୍ର ଅତିରିକ୍ତ ଆକ୍ଷୀ ଅଧିକ୍ଷ ସତ୍ୟବ୍ରତ ଦାଶଙ୍କୁ ପ୍ରଦାନ କରିଥିଲେ।ଦାବୀପତ୍ର ପାଇ ଶ୍ରୀ ଦାଶ କହିଥିଲେ ସେମାନଙ୍କୁ ଧରିବାପାଇଁ ୩ଟିସ୍କାଡ୍ ଗଠନ କରାଯାଇଛି ଖୁବଶୀଘ୍ର ଆଶାମୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେବାପରେ ଘେରାଉ ପ୍ରତ୍ୟାହୣତ ହୋଇଥିଲା।ଆଇନ ଶୣଙ୍ଖଳାକୁ ଦୣଷ୍ଟିରେ ରଖି ତିର୍ତ୍ତୋଲ ଏସଡିପିଓ ଚିନ୍ମୟ ରାଉତ,ଆଇଆଇସି ସୁଶାନ୍ତ କୁମାର ସେଠୀ ପୋଲିକର୍ମଚାରୀ ମାନଙ୍କ ସହ ଉପସ୍ଥିତରହିଥିଲେ। ଆଜିର ଏହି ଘେରାଉ କାର୍ଯ୍ୟକ୍ରମ ରେ ରଘୁନାଥପୁର ବ୍ଲକକଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡାଙ୍କ ସଭାପତିତ୍ୱ ରେ ରାଜ୍ୟ ପିସିସି ଉପସଭାପତି ଲଲାଟେନ୍ଦୁ ମହାପାତ୍ର, ଜଗତସିଂହପୁର ଜିଲ୍ଲାସଭାପତି ନଟବର ବାରିକ,ଜିଲ୍ଲା ଉପସଭାପତି ସର୍ବେଶ୍ବର ପଣ୍ଡା,କଂଗ୍ରେସ ନେତା ପ୍ରଶାନ୍ତ ଦାଶ,ରାଜ୍ୟ ମହିଳା ସଭାନେତ୍ରୀ ପ୍ରତିମା ମଲ୍ଲିକ,ସୁଜନିକା ରାଉତ,ଅନୁଶୟା ପ୍ରଧାନ, ହେମଲତା ସେଠୀ,ପୁଷ୍ପାଞ୍ଜଳି ମହାପାତ୍ର,ପୁଷ୍ପାଞ୍ଜଳି ଦାସ,ପ୍ରିୟବ୍ରତ ମିଶ୍ର,ରାଜକିଶୋର ସ୍ବାଇଁ,ବିନ୍ଦୁସାର ମହାପାତ୍ର ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *