ଧର୍ମ କୁ ଆକ୍ଷେପ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ୍ଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ୱାମୀ ଅରୁପାନନ୍ଦ
ସନ୍ଥ ସ୍ୱାମୀ ଅରୁପାନନ୍ଦ ସନାତନ ଧର୍ମ କୁ ଆକ୍ଷେପ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ୍ଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜନୀତିକୁ ବ୍ୟବସାୟ କରୁଥିବା ରାଜନେତା ମାନେ ସନାତନ ଧର୍ମ ବାବଦରେ ଯେଉଁ ନିନ୍ଦନୀୟ ଟିପ୍ପଣୀ ଦେଉଛନ୍ତି ସେଥିରୁ ନିବୃତ ରହିବା ସହ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ବାବା ଅରୁପାନନ୍ଦ। ଏଥିସହ ସରକାର ସେହି କୁଚକ୍ରି ସନାତନ ବିରୋଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଏତଦବ୍ୟତୀତ ଜଦି ଏପରି ନହୁଏ ତେବେ ସେମାନଙ୍କ ର ବିନାଶ ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ବାବା ଅରୁପାନନ୍ଦ ମହାରାଜ। ଆଜି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ସ୍ଥିତ ଆଶ୍ରମରେ ସ୍ୱାମୀ ଅରୁପାନନ୍ଦଜୀ ଙ୍କର ଅଷ୍ଟପାଟ ଅଭିଷେକ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଶିଷ୍ୟ ଓ ଶ୍ରଦ୍ଧାଳୁ ମାନଙ୍କୁ ସନାତନ ଧର୍ମର ତାତ୍ପର୍ଯ୍ୟ, ମହତ୍ତ୍ୱ ଓ ଗୁରୁତ୍ୱ ଆଦି ସମ୍ପର୍କରେ ଆଶ୍ରିବଚନ ପ୍ରଦାନ କରିବା ସହିତ ସନାତନ ଧର୍ମ ବିରୋଧୀ ମାନଙ୍କ ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି।
ଜଗତସିଂହପୁର ରୁ ରୀତା ସାହୁ
