ଉଦାସ ଆଶ୍ରମରେ ସ୍ୱାମୀ ଯଜ୍ଞେଶ୍ୱରାନନ୍ଦ ମହାରାଜଙ୍କର ପ୍ରଥମ ବାର୍ଷିକ ଉତ୍ସବ ପାଳିତ!
ବଡ଼ଚଣା-୦୯/୧୧/୨୫ :ଯାଜପୁର ଜିଲ୍ଲା ଛତିଆ ସୋଲର ସ୍ଥିତ ଉଦାସ ଆଶ୍ରମ ପରିସରରେ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ଯଜ୍ଞେଶ୍ୱରାନନ୍ଦ ମହାରାଜାଙ୍କ ବ୍ରହ୍ମଲିନ ଦିବସ ବା ପ୍ରଥମ ବାର୍ଷିକ ଉପଲକ୍ଷେ ଉଦାସ ଆଶ୍ରମରେ ସପ୍ତ ଦିବସିୟ ବ୍ରହ୍ମଲିନ ଏକାକ୍ଷିର ବିଶ୍ୱଶାନ୍ତି ମହାଯଜ୍ଞ ମହାରାଜାଙ୍କ ପଟ୍ଟଶିଷ୍ୟ ସ୍ୱାମୀ ଦିବ୍ୟଲୋଚନ ମହାରାଜାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶୂନ୍ୟବାସୀଙ୍କ ଷୋଡସ ଉପଚାର ପୂଜା,ଚତୁର୍ଦ୍ଧାମୂର୍ତ୍ତୀଙ୍କ ପୂଜା, ଗୁରୁ ଅଭିଶେକ ପୂଜା,ଅଖଣ୍ଡ ନାମ ସଂକିର୍ତ୍ତନ,ସନ୍ଥ ସମ୍ମୀଳନୀ ଅନୁଷ୍ଠିତ ହେବା ସହିତ ଉପସ୍ଥିତ ଥିବା ସମସ୍ତ ଭକ୍ତ ସମୁହକୁ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା।ସ୍ୱାମୀ ଯଜ୍ଞେଶ୍ୱରାନନ୍ଦ ମହାରାଜାଙ୍କ ମହାନ ଲକ୍ଷକୁ ସୁଦୁର ପ୍ରସାର କରିବା ପାଇଁ ସମସ୍ତ ଭକ୍ତ ସଂକଳ୍ପ ବଦ୍ଧ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ସ୍ୱାମୀ ପଦ୍ମଲୋଚନ ଦାସ,ବରିଷ୍ଟ ଆଇନଜିବୀ କରୁଣାକର ଜେନା,ଅଜିତ ତ୍ରିପାଠୀ,ଶୁଧାଶୁଂ ପ୍ରହରାଜ,ଅକ୍ଷୟ ବିଶ୍ୱାଳ,ରମେଶ ବିଶ୍ୱାଳ ମାଧବାନନ୍ଦ ମହାପାତ୍ର,ଉଦାସ ପନ୍ଥୀ ଭକ୍ତମାନଙ୍କ ମଧ୍ୟରେ ମହେଶ୍ୱର ପୃଷ୍ଟି, ଅରକ୍ଷିତ ପୃଷ୍ଟି,ସାରଦାକାନ୍ତ ମିଶ୍ର,ରମେଶ ଚନ୍ଦ୍ର ନାୟକ,ଜୟନ୍ତ କୁମାର ସେନ୍, ଶୁଧାଶୁଂ ଶେଖର ନାୟକ,ବିଜୟ କୁମାର ପଣ୍ଡା,ଜଗବନ୍ଧୁ ସାହୁ,ରେବତୀକାନ୍ତ ପଟ୍ଟନାୟକ,ସନାତନ ପୃଷ୍ଟି, ଗୈାରମୋହନ ସାହୁ,ହରିହର ସାମଲ ପ୍ରମୁଖ ସାହାଯ୍ୟ କରିଥିବା ବେଳେ ମିହିରି କୁମାର ସାମଲ ଓ ସ୍ୱର୍ଣ୍ଣପ୍ରଭା ସାମଲ କର୍ତ୍ତା କର୍ତ୍ତୀ ଭାବେ ଯଜ୍ଞ ମଣ୍ଡପରେ ବସି ଯଜ୍ଞ କାର୍ଯ୍ୟ ସମାପନ କରିଥିଲେ।ଏହି କାର୍ଯ୍ୟକ୍ରମରେ ନିଳମଣୀ ପଣ୍ଡା ଓ ଅକ୍ଷୟ କୁମାର ତ୍ରିପାଠୀ ଯଜ୍ଞର ଆଚାର୍ଯ୍ୟ ରୁପେ କାର୍ଯ୍ୟ ସମ୍ପାଦନ କରିଥିଲେ।
