ସ୍ୱାତୀର ବାର୍ଷିକ ସାଧାରଣ ପରିଷଦ ବୈଠକ ରେ ଗୋଷ୍ଠି ଭାଗିଦାରିତା କୁ ପ୍ରାଧାନ୍ୟ
ସ୍ୱାତୀର ବାର୍ଷିକ ସାଧାରଣ ପରିଷଦ ବୈଠକ ରେ ଗୋଷ୍ଠି ଭାଗିଦାରିତା କୁ ପ୍ରାଧାନ୍ୟ ।
କନ୍ଧମାଳ, ଫୁଲବାଣୀ, ୨୭/୦୯/୨୦୨୫ ଜାତିସଂଘର ଚିରନ୍ତନ ବିକାଶ ଲକ୍ଷ୍ୟ ୨୦୩୦ କୁ ହାସଲ ଦିଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସବୁ ସ୍ତରରେ ପ୍ରସ୍ତୁତି ଚାଲିଥିବା ବେଳେ ଏସବୁ ଲକ୍ଷ୍ୟ ହାସଲ ଦିଗରେ ସରକାରୀ ଉଦ୍ୟମ ସହ ଗୋଷ୍ଠୀ ଏବଂ ନାଗରୀକ ସମାଜ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ପରିପ୍ରେକ୍ଷିରେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଦ୍ୱାରା ଗତ ୨୭ ତାରିଖ ରେ ଅନୁଷ୍ଠାନର ଜି.ଉଦୟଗିରି ସ୍ଥିତ ମୂଖ୍ୟ କାର୍ଯ୍ୟାଳୟ ପରିଶରରେ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ନାଗରୀକ ସମାଜ ଗୁଡିକର ପ୍ରତ୍ୟକ୍ଷ ସହଯୋଗ ଏବଂ ଗୋଷ୍ଠୀର ଭାଗୀଦାରିତା ବିନା ବିକାଶର ଏହି ଦୂରନ୍ତ ଲକ୍ଷ୍ୟକୁ ହାସଲ କରିବା ସମ୍ଭବ ହେବ ନାହିଁ ବୋଲି ସ୍ୱାତୀ ଦ୍ୱାରା ଆୟୋଜିତ ବାର୍ଷିକ ସାଧାରଣ ପରିଷଦ ବୈଠକ ରେ ମତ ପ୍ରକାଶ ପାଇଛି । । ଏହି ବୈଠକ ରେ ଆଦି କର୍ମଯୋଗୀ ଅଭିଯାନ ରେ କିପରି ଅଧିକରୁ ଅଧିକ ଅନୁସୂଚିତ ଜନଜାତି ପରିବାରକୁ ଯୋଡାଯାଇ ଶସକ୍ତ କରାଯାଇ ପାରିବ ସେ ଦିଗରେ ଆଲୋଚନା କରାଯାଇଥିଲେ । ପରେ ପରେ ଅନୁଷ୍ଠାନ ର ଅଭ୍ୟନ୍ତରୀଣ ଅଭିଯୋଗ କମିଟି କୁ ଶସକ୍ତ କରିବା ଦିଗରେ କି କି ପଦକ୍ଷେପ ମାନ ନେବା ଆବଶ୍ୟକ ସେ ଦିଗରେ ଆଲୋଚନା କରାଯାଇଥିଲେ । ଏଥିସହିତ ଆଗାମି ୦୫ ବର୍ଷରେ ଅନୁଷ୍ଠାନ ର ଆଭିମୂଖ୍ୟ ଗୁଟିକୁ ଆଲୋଚନା କରି କିପରି ଗୋଷ୍ଠି ର ସହଭାଗିତା ବଢାଇ ସେମାନଙ୍କୁ ଅଧିକରୁ ଅଧିକ ସାମିଲ କରାଯାଇ ପାରିବ ସେ ଦିଗରେ ଗୁରୁତ୍ୱ ଦିଆଯାଇ ଆଗଧାଡିରେ କାର୍ଯ୍ୟରତ କର୍ମକର୍ତା ମାନଙ୍କୁ ଦାୟିତ୍ୱ ବଂଟନ କରାଯାଇଥିଲେ । ଅନୁଷ୍ଠାନ ର ସମ୍ପାଦକ ହରି ଶଙ୍କର ରାଉତ ବୈଠକ କୁ ପରିଚାଳନା କରିବା ସହିତ ପ୍ରଗତିର ତିବ୍ରତା କୁ ଅନୁଶୀଳନ କରି ଏହାକୁ କିପରି ତ୍ୱରାନ୍ୱିତ କରାଯାଇ ପାରିବ ସେଥିପ୍ରତି ସାମାଜିକ ସଂଗଠନ ର କର୍ମକର୍ତା ମାନେ ଧ୍ୟାନ ଦେବାକୁ ଆହ୍ୱାନ ଦେଇଥିଲେ । ଅଧ୍ୟକ୍ଷ ପ୍ରସାନ୍ତ ସତପଥୀ ଉପସ୍ଥିତ ରହି ବରିଷ୍ଠ କର୍ମୀ ମାନଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ । ତତ୍ସହିତ ଉପାଧ୍ୟକ୍ଷ ସୁଜାତା ମହାପାତ୍ର, କୋଷାଧ୍ୟକ୍ଷ୍ୟ ସାନ୍ତନୁ କୁମାର ମିଶ୍ର, ସାଧାରଣ ପରିଷଦ ସଭ୍ୟ ଲାଲନନ୍ଦ ପ୍ରଧାନ, ମୃତ୍ୟୁଞୟ ବେହେରା ଓ ପ୍ରଶାନ୍ତ କୁମାର ମିଶ୍ର ଯୋଗଦେଇ କର୍ମକର୍ତା ମାନଙ୍କୁ ଆଗାମି ଦିନରେ ଗୋଷ୍ଠି ମାନଙ୍କ ସହିତ ରହି କିପରି କାର୍ଯ୍ୟ କରିବେ ସେ ଦିଗରେ ପ୍ରେରଣା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ବରିଷ୍ଠ କର୍ମୀ ସ୍ୱଧର୍ମ ରାଉତ, ଅନ୍ନପୁର୍ଣ୍ଣା ପ୍ରଧାନ, ବିଶ୍ୱରଞନ ଦଳବେହେରା, ଗିରିଶଚନ୍ଦ୍ର ସାମଲ, ପ୍ରଦିପ କୁମାର ସ୍ୱାଇଁ ଓ ବିଶ୍ୱରଞନ କର ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ ।
