ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ନୂତନ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କର ଶପଥ ଗ୍ରହଣ ସମାରୋହ

ଧର୍ମଶାଳା– ସ୍ଥାନୀୟ ତ୍ୟାଗରାଜନଗର ସ୍ଥିତ ଜଗନ୍ନାଥ ମନ୍ଦିର ର ସୁଭଦ୍ରା କଳା ମଣ୍ଡପରେ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ୨୦୨୫-୨୦୨୭ ପାଇଁ ନବ ନିର୍ବାଚିତ ସଦସ୍ୟ ମାନଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇ ଯାଇଛି ।ଅନେକ ସଦସ୍ୟା ସଦସ୍ୟ ମାନଙ୍କର ଭବ୍ୟ ଉପସ୍ଥିତି ରେ ସମସ୍ତ ନବ ନିର୍ବାଚିତ ମାନେ, ଯଥା ସଭାପତି ମୀନକେତନ ସାମଲ,ଉପସଭାପତି ନିତ୍ୟାନନ୍ଦ ରାଉତ ଓ ଶ୍ରୀମତି ସରିତା ମହାପାତ୍ର ତଥା ସମ୍ପାଦକ ଅନିଲ କୁମାର ଜେନା ଓ ଯୁଗ୍ମ ସମ୍ପାଦକ ଗୁରୁ ଚରଣ ପୋହି,କୋଷାଧ୍ୟକ୍ଷ ସନ୍ଦୀପ ମହାପାତ୍ର ଓ ସହ କୋଷାଧ୍ୟକ୍ଷ ମନୋଜ କୁମାର ସାହୁ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ ।ମୁଖ୍ୟ ଅତିଥି ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ: ଅମରେନ୍ଦ୍ର ଖଟୁଆ (IFS Retd) ଓ ଡ ସଞ୍ଜୀବ ପାଟ୍ଟଯୋଷୀ (IPS ) ସହିତ ମୁଖ୍ୟ ନିର୍ବାଚନ ଅଧିକାରୀ ମୀନକେତନ ମିଶ୍ର ,ସହଯୋଗୀ ଝୁମଝୁମ୍ ପାଢ଼ୀ,ବିଶ୍ୱଜିତ ବାରିକ ଓ ଅର୍ଣ୍ଣବ ନାୟକ ନବ ନିର୍ବାଚିତ କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ ।ଏହି ଭବ୍ୟ ସମାରୋହରେ RPOP ର ଶତାଧିକ ସଦସ୍ୟ ସପରିବାର ଉପସ୍ଥିତ ଥିଲେ ।ଏହି ଶୁଭ ଅବସରରେ ସଙ୍ଗଠନ ର ସାଧାରଣ ସମ୍ପାଦକ ଶ୍ରୀ ଅନିଲ ଜେନା ସମସ୍ତେ ମିଳିମିଶି କାର୍ଯ୍ୟ କରି ସଙ୍ଗଠନ କୁ ଆଗକୁ ନେବା ପାଇଁ ଅନୁରୋଧ କରିଥିଲେ l ସଭାପତି ଶ୍ରୀ ମିନକେତନ ସାମଲ ଓଡି଼ଶା ର ଭାଷା, ସଂସ୍କୃତି, ପରମ୍ପରା ଓ ଏକତ୍ର ହୋଇ ପରିବାର କୁ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇବାକୁ ସମସ୍ତ ସଦସ୍ୟଙ୍କୁ ଓ ଉପସ୍ଥିତ ଗଣମାନ ଙ୍କୁ ନିଜର ଦୃଢ ସଂକଳ୍ପ ପାଇଁ ଅବଗତ କରିଥିଲେ l ଶପଥ ଗ୍ରହଣ ପରେ ପୂର୍ବତନ ସମ୍ପାଦକ ଅସିତ୍ ପରିଡ଼ା ନୂତନ ସମ୍ପାଦକ ଅନିଲ ଜେନାଙ୍କୁ ,ଓ ପୂର୍ବତନ କୋଷାଧ୍ୟକ୍ଷ ପ୍ରଫେସର ଅମୀୟ ପ୍ରଧାନ ନୂତନ କୋଷାଧ୍ୟକ୍ଷ ସନ୍ଦୀପ ମହାପାତ୍ରଙ୍କୁ ସମସ୍ତ ଦରକାରୀ ଫାଇଲ ସହିତ ଦାୟିତ୍ଵ ହସ୍ତାନ୍ତର କରିଥିଲେ ।ସମାରୋହକୁ ପୂର୍ବତନ ରାଷ୍ଟ୍ରୀୟ ସଂଯୋଜିକା ପୁଷ୍ପାଞ୍ଜଳି ବାରିକ ମଞ୍ଚ ପରିଚାଳନା କରିଥିଲେ ।ପୂର୍ବତନ ସମ୍ପାଦକ ବିଗତ ସମୟର ବିବରଣୀ ପାଠ କରିଥିଲେ। ପ୍ରଫେସର ଅମୀୟ ପ୍ରଧାନ RPOP ର ଗଠନ ,ଆଭିମୁଖ୍ୟ ଓ ମୂଳଲକ୍ଷ୍ୟ ଉପରେ PPT ଦ୍ଵାରା ଉପସ୍ଥିତ ସଦସ୍ୟ ମାନଙ୍କୁ ଅବଗତ କରାଇ ଥିଲେ ।ପୂର୍ବତନ ଉପ ସଭାପତି ରାଧେଶ୍ୟାମ ସାହୁ ଓ ସହ କୋଷାଧ୍ୟକ୍ଷ ଦିଲ୍ଲୀପ ସାମନ୍ତରାୟ ସମସ୍ତ ବ୍ୟବସ୍ଥା ସୁଚାରୁ ରୂପେ ସମ୍ପନ୍ନ କରିଥିଲେ।କେବଳ ଦିଲ୍ଲୀ ଭିତରେ ସୀମିତ ନରହି ଦେଶ ବିଦେଶରେ RPOP ସୁଖ ଦୁଃଖର ସାଥୀ ପାଲଟିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ ।ସଭାସଙ୍ଗ ପୂର୍ବରୁ ଉପସଭାପତି ଶ୍ରୀ ନିତ୍ୟାନନ୍ଦ ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ lଶେଷରେ ପ୍ରସାଦ ସେବନ ସହିତ ନବ ନିର୍ବାଚିତ କର୍ମକର୍ତ୍ତା ଶପଥ ଗ୍ରହଣ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

Leave a Reply

Your email address will not be published. Required fields are marked *