ଅନ୍ତର୍ଜାତୀୟ ରାଜନୀତି ଶାସ୍ତ୍ର ଉପରେ ଆଲୋଚନା ଚକ୍ର*
ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି. କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ପୌରାହିତ୍ୟ କରି ଛାତ୍ରଛାତ୍ରୀ ମାନଙ୍କୁ ରାଜନୀତି ବିଜ୍ଞାନ ରେ ନିଜର ଭବିଷ୍ୟତ ଗଢିବାକୁ ପରାମର୍ଶ ଦେଇଥିଲେ. ଦିଲ୍ଲୀ ବିଶ୍ୱବିଦ୍ୟାଳୟ ର ରାଜନୀତି ବିଜ୍ଞାନ ପ୍ରଫେସର ଡକ୍ଟର ସୁଧୀର କୁମାର ପରିଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ. ସେ ‘ବ୍ରିକ୍ସ ପ୍ଲସ ଏଵଂ ଗ୍ଲୋବାଲ ସାଉଥ ର ଅନ୍ତର୍ଜାତୀୟ ଶୃଙ୍ଖଳା ଗଠନରେ ଭୂମିକା ‘ ଉପରେ ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ. ବିଭାଗୀୟ ମୁଖ୍ୟ ଡକ୍ଟର ଜୟରାମ ସିଂ ସାମଲ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ. ବିଭାଗୀୟ ଅଧ୍ୟାପକ ମନୋରଞ୍ଜନ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପୁଷ୍ପଲତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ. ଆଲୋଚନା ଚକ୍ର ରେ ବିଶେଷ ଆକର୍ଷଣ ଥିଲା ଛାତ୍ରଛାତ୍ରୀ ମାନଙ୍କ ବିଶେଷ ପ୍ରଶ୍ନ ଗୁଡିକୁ ଡକ୍ଟର ପରିଡା ସରଳ ଓ ବିସ୍ତୃତ ଭାବେ ବୁଝାଇଥିଲେ. ସୁଦୂର ନୂଆଦିଲ୍ଲୀ ରୁ ମଡେଲ ଡିଗ୍ରୀ କଲେଜ, ନୟାଗଡ କୁ ଆସିଥିବାରୁ ତାଙ୍କୁ ଅଧ୍ୟାପିକା ବିଜୟିନୀ ସୁଭଦର୍ଶିନୀ, ଦୀପିକାରାଣୀ ତୁରୁକ, ଅଧ୍ୟାପକ ପ୍ରଜ୍ଞାନ୍ସ ରଞ୍ଜନ ସାହୁ ଇତ୍ୟାଦି ବିଶେଷ ଧନ୍ୟବାଦ ପ୍ରଦାନ କରିଥିଲେ.
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼
