T-20 ବିଶ୍ବକପ୍-୨୦୨୫

ଭୁବନେଶ୍ୱର୧ ଡିସେମ୍ବର, ୨୦୨୫ଦୃଷ୍ଟି ବାଧିତ T-20 ବିଶ୍ବକପ୍-୨୦୨୫ ଚାମ୍ପିୟନ ଟିମ୍‌ର ପ୍ରତିଭାବାନ୍ ଓଡ଼ିଆ କ୍ରିକେଟର ଫୁଲ ସୋରେନ, ବାସନ୍ତୀ ହାଁସଦା, ଯମୁନା ରାଣୀ ଟୁଡୁ ଓ ପାର୍ବତୀ ମାର୍ଣ୍ଡି ଉତ୍ତମ ଖେଳ ପ୍ରଦର୍ଶନ କରି ଦେଶ ଓ ରାଜ୍ଯ ପାଇଁ ଗୌରବ ଅର୍ଜନ କରିଛନ୍ତି। ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏହି ପ୍ରତିଭାବାନ କ୍ରୀଡ଼ାବିତ୍‌ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

କ୍ରୀଡ଼ାବିତ୍‌ମାନଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି। ଏଥିସହ ଦୃଷ୍ଟି ବାଧିତ T-20 ବିଶ୍ବକପ୍‌ରେ ଓଡ଼ିଆ କ୍ରୀଡ଼ାବିତ୍‌ଙ୍କ ଏହି ଐତିହାସିକ ବିଜୟ ଓଡ଼ିଶାର ସମସ୍ତ କ୍ରୀଡ଼ାପ୍ରତିଭାମାନଙ୍କୁ ପ୍ରେରିତ କରିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *