ସର୍ବଭାରତୀୟ ଟି20 ଆନେକ୍ସ କପ ଉଦଘାଟିତ

ଜଗତସିଂହପୁର ୫/୫ ଜଗତସିଂହପୁର ହିନ୍ଦୁସ୍ଥାନ ସ୍ପୋଟିଂ ଦ୍ଵାରା ଆୟୋଜିତ ସର୍ବ ଭାରତୀୟ ଟି,20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆନେକ୍ସ କପ ଆଜି ଏସଭିଏମ କଲେଜ ଖେଳ ପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି। ଏକ ମନୋରମ ପରିବେଶରେ ଏହି ଦିବାରାତ୍ର ଟୁର୍ଣ୍ଣାମେଣ୍ଟର ଉଦଘାଟନ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସଙ୍କ ଦ୍ଵାରା କରାଯାଇଥିଲା। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏସପି ଭବାନୀ ଶଙ୍କର ଉଦଗାତା, ଏଡିଏମ ଜ୍ୟୋତି ଶଙ୍କର ରାୟ, ପୋୖରାଧ୍ୟକ୍ଷା ଅର୍ଚ୍ଚନା ସିଂ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଦେବୀଦତ୍ତ ମହାନ୍ତି, ତହସିଲଦାର ତାରିଣୀ ରଞ୍ଜନ ରାୟ, ଏସଭିଏମ କଲେଜ ଅଧ୍ୟକ୍ଷ ସୁଜାତା ଓତା ଓ ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ଅନୀଲ କୁମାର ବିଶ୍ବାଳ ଯୋଗ ଦେଇଥିଲେ। ଟି,20 ରାତ୍ରି କାଳୀନ ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି ଏବଂ ଆଜିର ଉଦଘାଟନୀ ମ୍ୟାଚ ଭୁବନେଶ୍ୱରର ବାପୁଜି କ୍ରିକେଟ ଦଳ ସହିତ କଟକର ସୋଲାର କ୍ରିକେଟ ଦଳ ସହିତ ଖେଳା ଯାଉଛି।

Leave a Reply

Your email address will not be published. Required fields are marked *