ତହସିଲଦାର ଙ୍କ ସରକାରୀ ସ୍ନାତକ ମହାବିଦ୍ୟାଳୟ ପରିଦର୍ଶନ

ଧରାକୋଟ ସ୍ଥିତ ସରକାରୀ ସ୍ନାତକ ମହାବିଦ୍ୟାଳୟ କୁ ଆଜି ସ୍ଥାନୀୟ ତହସିଲଦାର ଲମ୍ବୋଦର ମାରାଣ୍ଡି ପରିଦର୍ଶନ କରି ସ୍ଥିତାବସ୍ଥା ପରାଖିଛନ୍ତି । ଏହି ଅବସରରେ ଅଧ୍ୟକ୍ଷ ଡ଼ ସୁଜିତ କୁମାର ପଣ୍ଡା ତାଙ୍କୁ ସ୍ବାଗତ କରିବା ସହ ମହାବିଦ୍ୟାଳୟର ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ ଭବିଷ୍ୟତ ଗଠନ,ପାଠ ପଢା ରେ ମନୋନିବେଶ କରିବା,ନିୟମିତ ଶ୍ରେଣୀରେ ଉପସ୍ଥିତ ରହିବା,କଠିନ ପରିଶ୍ରମ କରିବା,ଶୃଙ୍ଖଳାରେ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ। ଏହି ମୋଟିଭେସନାଲ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ। କର୍ଯ୍ୟବ୍ୟସ୍ତତା ମଧ୍ୟରେ ତହସିଲଦାର ମହାବିଦ୍ୟାଳୟ କୁ ପରିଦର୍ଶନ କରି ସ୍ଥିତାବସ୍ଥା ପରଖିଥିବାରୁ ଅଧ୍ୟକ୍ଷ ତାଙ୍କୁ ସାଧୁବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *