ରାଜ୍ୟ ଟାଏକ୍ରୋଣ୍ଡୋ ରେଫରୀ ସେମିନାର ଉଦ୍ଘାଟିତ
ରାଜ୍ୟ ଟାଏକ୍ରୋଣ୍ଡୋ ରେଫରୀ ସେମିନାର ଉଦ୍ଘାଟିତ
ଭଦ୍ରକ, :_: ଆଜି ସ୍ଥାନୀୟ କାର୍ମେଲ ସ୍କୁଲ ଅଡ଼ିଟୋରିଅମରେ ରାଜ୍ୟ ଟାଏକ୍ରୋଣ୍ଡୋ ରେଫରୀ ସେମିନାର ଉଦ୍ଘାଟିତ ହୋଇଛି। ଏହି ସେମିନାରରେ କାରମେଲ ସ୍କୁଲ ଅଧ୍ୟକ୍ଷା ସିଷ୍ଟର ସେମା, ଜ୍ୟୋତି କନଭେଣ୍ଟ ସ୍କୁଲ ଅଧ୍ୟକ୍ଷ ଫାଦର ଆଲେକ୍ସ ଅତିଥ୍ ଓ ଦକ୍ଷିଣ କୋରିଆର ଗ୍ରାଣ୍ଡମାଷ୍ଟର ସିଂ ଅଗକୋକ ଦିଅଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ | ମାଷ୍ଟର ଦିଅଙ୍ଗ ବିଭିନ୍ନ ଜିଲ୍ଲାରୁ ଆସିବା ଶତାଧୂକ ରେଫରୀଙ୍କୁ ଟାଏକ୍ରୋ ଏକ୍ରୋଣ୍ଡୋ କ୍ରୀଡ଼ାର ଗୁରୁମନ୍ତ୍ର ଦେଇଥିଲେ |ଏହି ସେମିନାର ଦୁଇଦିନ ଧରି ଚାଲିବ ରବିବାର ସନ୍ଧ୍ୟାରେ ଉଦ୍ଯାପିତ ଟାଏକ୍ରୋଣ୍ଡୋ ଆସୋସିଏସନ୍ ଅଫ୍ ଓଡ଼ିଶା (ତାଓ)ର ସାଧାରଣ । ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ ଏହି ପ୍ରଶିକ୍ଷଣ ଓଡ଼ିଶାର ଟାଏକ୍ରୋଣ୍ଡୋ କ୍ରୀଡ଼ା କ୍ଷେତ୍ରରେ ଇତିହାସ ରଚିବ ବୋଲି କହିଥିଲେ। ସହସମ୍ପାଦକ ଯୋଗେଶ୍ଵର ମହନ୍ତ, ଉପସଭାପତି ରମେଶ ପ୍ରଧାନ, ବରିଷ୍ଠ ସଦସ୍ୟ ଆଡଭୋକେଟ ପବନ ଶର୍ମା, ବିଦ୍ୟାଧର ବାରିକ, ଅଜୟ ଧଳ ପ୍ରମୁଖ ଏହି ଶିବିରରେ ଯୋଗଦେଇ ରେଫରୀଙ୍କ ଭୂମିକା, କାର୍ଯ୍ୟଶୈଳୀ ଆଦିର ଅନୁଧ୍ୟାନ ପୂର୍ବକ ପରାମର୍ଶ ପ୍ରଦାନ କରିଥିଲେ | ସିନିୟର ରେଫରୀ ଅଶୋକ
ସାହୁ ପରିଚାଳନାରେ ମାଷ୍ଟର ଦିଅଙ୍ଗକୁ ସହଯୋଗ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଭଦ୍ରକ ସଂଘ ସମ୍ପାଦକ ଧନେଶ୍ଵର ଜେନା, ଢେଙ୍କାନାଳ ସମ୍ପାଦକ ସୁଧାକର ଜେନା, ବାଲେଶ୍ଵର ଜିଲ୍ଲାର ଆଦ୍ୟାଶା ଦାସ, ଭୁବନେଶ୍ଵରର ବିପନ ସାମଲ ଓ ରାଜେଶ ବିଶ୍ୱାଳ, ପୁରୀର ପ୍ରଭୁପାଦ ଖମାରୀ, କାର୍ମେଲ ସ୍କୁଲ ଅଧ୍ୟାପିକା ସଂଘମିତ୍ରା ଦାଶ ପରିଚାଳନାରେ ସହଯୋଗ କରିଥିଲେ | ଏହି ସେମିନାରରେ ଉତ୍ତୀର୍ଣ୍ଣ ରେଫରୀମାନେ ଆସନ୍ତା ଡିସେମ୍ବର ମାସ ୨୭ ଓ ୨୮ ତାରିଖ ଦୁଇଦିନ ଧରି ହେବାକୁ ଥୂବା ରାଜ୍ୟ ଟାଏକ୍ରୋଣ୍ଡୋ ଚାମ୍ପିଅନସିପ୍କୁ ପରିଚାଳନା କରିବେ । ଏହି ଚାମ୍ପିଅନସିପ ଭଦ୍ରକ ତ୍ରିକସ୍ଥ ମହାରାଜା ଅଗ୍ରସେନ ଅ ଭବନରେ ହେବ ବୋଲି ସମ୍ପାଦକ ପାଣିଗ୍ରାହୀ ସୂଚନା ଦେଇଥିଲେ। ଏହି ଚାମ୍ପିଅନସିପରେ ଭାରତର ଟାଏକ୍ସୋଣ୍ଡୋର ଜନକ ତଥା ଟାଏକ୍ରୋଣ୍ଡୋ ଫେଡେ ଡେରେସନ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ଡ. ଗ୍ରାଣ୍ଡମାଷ୍ଟର ଜିମି ଆର ଜାଗତିଆନି ଯୋଗ ଦେବେ ଦବେ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଥିଲେ।
