ପ୍ରତିଭା ସମ୍ମାନ ସମାରୋହ

ରଘୁନାଥପୁର ତା ୭/୦୯/୨୦୨୫ ରିଖ :- ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ର କୁଆମଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗତ ୬/୦୯/୨୫ ରିଖ ରଘୁନାଥପୁର ଶିକ୍ଷା ମଣ୍ଡଳର ଆନୁକୁଲ୍ୟରେ ମଣ୍ଡଳାଧିନ ଶିକ୍ଷକ ମାନଙ୍କ ତରଫରୁ ପୂଜ୍ୟପୂଜ୍ୟାଙ୍କୁ ସମ୍ମାନ ଜଣାଇ ଏକ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହକୁ ରଘୁନାଥପୁର ମଣ୍ଡଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଓ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ (ପ୍ରିଷ୍ଟା) ମିଳିତ ଭାବେ ଆୟୋଜନ କରିଥିଲେ। ଶିକ୍ଷକ ଦେବାଶିଷ ବେହେରା (ପ୍ରିଷ୍ଟାର ସଭାପତି) ଏହି ସମାରୋହରେ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଶାନ୍ତ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ରଘୁନାଥପୁର ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତୀ ମଧୁସ୍ମିତା ପତି ଏବଂ ସମ୍ମାନୀୟ ଅତିଥି ରୂପେ ମଣ୍ଡଳ ସହ ଶିକ୍ଷା ଅଧିକାରୀ ଆଶୁତୋଷ ବାନାର୍ଜୀ, ପ୍ରାକ୍ତନ ସହ ଶିକ୍ଷା ଅଧିକାରୀ ଶ୍ରୀମତୀ ସବିତା ଦାସ, ଶ୍ରୀମତୀ ମେନକା ମହାପାତ୍ର ଓ ରଘୁନାଥପୁର ଉ:ପ୍ରା ବିଦ୍ୟାଳୟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିଲ୍ଲୀପ୍ କୁମାର ସ୍ବାଇଁ ଯୋଗ ଦେଇଥିଲେ। ଏଠାରେ ଉଲ୍ଲେଖ ଥାଉ କି ଏହି ଉତ୍ସବରେ ରାଜ୍ୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଜଗତସିଂହପୁର ର ଅଧ୍ୟକ୍ଷ ତଥା ଆମ ଜିଲ୍ଲାର ଗୌରବ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମଲ୍ଲିକ ଓ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବା ଆମ ରଘୁନାଥପୁର ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରାକ୍ତନ ଶ୍ରୀଯୁକ୍ତ ବିଜୟ କୁମାର ସ୍ବାଇଁ ଏବଂ ଜିଲ୍ଲାରେ ପୁରସ୍କୃତ ହୋଇଥିବା ରଘୁନାଥପୁର ମଣ୍ଡଳ ର ସରକାରୀ ଶିକ୍ଷକ ଶାନ୍ତନୁ କୁମାର ପାତ୍ର ଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଓ ଉପଢ଼ୌକନ ପ୍ରଦାନ କରାଯାଇ ଉପସ୍ଥିତ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏଠାରେ ପ୍ରକାଶ ଥାଉ କି ଏହି ସଭାରେ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ନିର୍ମଳେନ୍ଦୁ ସୋମ୍ ଅତିଥି ପରିଚୟ ପ୍ରଦାନ କରିଥିଲେ।ସର୍ବ ଶେଷରେ ରଘୁନାଥପୁର ମଣ୍ଡଳ ବିଜ୍ଞାନ ମେଳା କମିଟି ର ସମ୍ପାଦକ ଶ୍ରୀଯୁକ୍ତ ଯାଜ୍ଞବଳ ମିଶ୍ର ନିଜ ସ୍ୱରଚିତ କବିତା ମାଧ୍ୟମରେ ଜିଲ୍ଲା ପାଇଁ ଗୌରବ ଆଣିଥିବା (ଡି, ଇ, ଟି) ଅଧ୍ୟକ୍ଷ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହାପରେ ପ୍ରିଷ୍ଟା ର ମଣ୍ଡଳ ସମ୍ପାଦକ ଭାସ୍କର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ବର୍ଦ୍ଧନା ଉତ୍ସବ ସଭା ଟିକୁ ଶିକ୍ଷକ ନେତା ଜୟପ୍ରକାଶ ପଣ୍ଡା, ବିଶ୍ୱନାଥ ଦାସ, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ର ମଣ୍ଡଳ ସମ୍ପାଦକ ସୁକାନ୍ତ କୁମାର ଦ୍ୱିବେଦୀ, ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ରବିନାରାୟଣ ତା ପ୍ରମୁଖ ସୁପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *