ତାଣ୍ଡବ ରଚିଲା କାଳ ବୈଶାଖୀ

ଜେକେପୁର,୨୫/୦୫/୨୩ – ରାୟଗଡା ବ୍ଲକ ଅନ୍ତର୍ଗତ ଚାନ୍ଦିଲି ପଞ୍ଚାୟତର ବଡ଼ ଚାନ୍ଦିଲି ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଗତକାଲି ପ୍ରବଳ ଝଡ ପବନ ହେତୁ ଏକ ବିରାଟ କାୟ ତେନ୍ତୁଳି ଗଛ ଉପୁଡ଼ି ସରୋଜିନୀ ନାଚିକା, କାନ୍ତାମା କାଡ୍ରାକା, କେ ଆଦିକା, ରାମଚନ୍ଦ୍ର ପେଦେଣ୍ଟି,, ଲାଛିମା ସାରକା, ସମ୍ଭୁ ମିଣିୟାକା, କାଡ୍ରାକା ପିଲକୁଙ୍କ ଘର ଉପରେ ପଡ଼ିବାରୁ ଘରର ଛାତ ନଷ୍ଟ ହୋଇଯାଇଛି।

ଘର ଭାଙ୍ଗିବା ଯିବା ହେତୁ ସେମାନଙ୍କର ଆସ ବାସ ପତ୍ର ନଷ୍ଟ ହୋଇ ଯାଇଛି । ବିଦ୍ୟୁତ ସର ବରାହ ବନ୍ଦ ରହିଛି । ଓଡ୍ରାଫ୍ଟ ଟିମ୍ ପହଞ୍ଚି ଘର ଉପରେ ପଡ଼ିଥିବା ଗଛ କାଟିଥିବା ଜଣା ପଡ଼ିଛି । କୁମୁଟାଲପେଟା ରାଜସ୍ୱ ନିରୀକ୍ଷକ ଶ୍ରୀ ଅଶୋକ କୁମାର ନାୟକ ବଡଚାନ୍ଦିଲି ଗ୍ରାମକୁ ଯାଇ କ୍ଷତି ଗ୍ରସ୍ତ ଗ୍ରାମବାସୀଙ୍କୁ ଭେଟି କ୍ଷୟକ୍ଷତିର ଆକଳନ କରିଥିବା ଜଣା ପଡ଼ିଛି ।

ରିପୋର୍ଟ- ନୀଳାମ୍ବର ମିଶ୍ର, ରାୟଗଡା ।

Leave a Reply

Your email address will not be published. Required fields are marked *