ଟାଟା ପାୱାରର ବର୍ଦ୍ଧିତ security ଆଦାୟ କୁ ବିରୋଧ କଲେ ପୁରୀ ଓକିଲ ସଙ୍ଘ

ଟାଟା ପାୱାରର ବର୍ଦ୍ଧିତ security ଆଦାୟ କୁ ବିରୋଧ କଲେ ପୁରୀ ଓକିଲ ସଙ୍ଘ। ତେବେ ଏ ନେଇ ଓକିଲ ସଙ୍ଘ ଏକ ଶୋଭାଯାତ୍ରା ରେ ଯାଇ ଇଲେକ୍ଟ୍ରି ଅଫିସ ରେଡକ୍ରସ ରୋଡ ଘେରାଉ କରାଯିବା ସହ ଜିଜିୟା କର ଉଠାଇବା ଦାବି କରିଛନ୍ତି। ବିଦ୍ୟୁତ ଉପଭୋକ୍ତା ଙ୍କ ଠାରୁ ଇଲେକ୍ଟ୍ରି ବିଲରେ ଅତିରିକ୍ତ ସୁରକ୍ଷା ଜମା ଆଦାୟ କରିବାକୁ ବିରୋଧ କରିଛି ପୁରୀ ଓକିଲ ସଂଘ l ଗ୍ରାହକଙ୍କ ଉପରେ ଟାଟାପାୱାର ର ଅତ୍ୟାଚାର କୁ ବିରୋଧ କରିଵା ସହ ବିଦ୍ୟୁତ ବିଲରେ ଅତିରିକ୍ତ ସୁରକ୍ଷା ଜମା ରାଶି ଗ୍ରାହକକୁ ଅସୁବିଧା ରେ ପକାଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଛି ପୁରୀ ଓକିଲ ସଂଘ l ପୂର୍ବରୁ ସ୍ମାର୍ଟ ମିଟର ଲଗାଇ ଗ୍ରାହକ ଲୁଟୁଥିବା ବେଳେ ବର୍ତମାନ ଗ୍ରାହକ ଙ୍କ ଉପରେ ଏହି ଅତିରିକ୍ତ ସୁରକ୍ଷା ଜମା କୁ ସମ୍ପୂର୍ଣ ବିରୋଧ କରିଛି ପୁରୀ ଓକିଲ ସଂଘ l ଆଜି ପୁରୀ ଓକିଲ ସଂଘ ର ସଭାପତି, ସମ୍ପାଦଙ୍କ ସମେତ ସହ ସହ ଆଇନଜୀବୀ ମାନେ ଟାଟାପାୱାର କାର୍ଯ୍ୟାଳୟ ଘେରାଉ କରିବା ସହ କତୃପକ୍ଷ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଆଜି ଓକିଲ ସଂଘର ଦାବିପତ୍ର ଦେବା ସମୟରେ ଟାଟା ପାୱାରର ବରିଷ୍ଠ ଅଧିକାରୀ ନଥିବା ଯୋଗୁ ପୁରୀ ଓକିଲ ସଂଘ ସହ ଟାଟାପାୱାର ଆଲୋଚନା ନ ହେବା ପର୍ଯ୍ୟନ୍ତ କୌଣସି ଗ୍ରାହକ ଙ୍କ ଠାରୁ ଅତିରିକ୍ତ ଦେୟ ଆଦାୟ କରାଯିବ ନାହିଁ ବୋଲି ଟାଟାପାୱାରର କତୃପକ୍ଷ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l ସେପଟେ ସମ୍ପୂର୍ଣ ଆଲୋଚନା ହୋଇ ଏକ ଉତ୍ତମ ନିଷ୍ପତି ନ ବାହାରିଵା ପର୍ଯ୍ୟନ୍ତ କୌଣସି ବିଦ୍ୟୁତ ଉପଭୋକ୍ତା ମାନେ ଅତିରିକ୍ତ ଦେୟ ନ ଦେବା ଲାଗି ଓକିଲ ସଂଘ ପକ୍ଷରୁ ଅପିଲ କରାଯାଇଛି

Leave a Reply

Your email address will not be published. Required fields are marked *