ଟାଟା ପାୱାର ତୁରୁମୁଙ୍ଗା ବିଦ୍ୟୁତ ବିଭାଗ ତରଫରୁ ସୁରକ୍ଷା ତାଲିମ ଅନୁଷ୍ଠିତ

ଆଜି ଟାଟା ପାୱାର ତୁରୁମୁଙ୍ଗା ବିଦ୍ୟୁତ ବିଭାଗ ତରଫରୁ ସୁରକ୍ଷା ତାଲିମ ଦଧିବାମନ ଶିଳ୍ପ ତାଲିମ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଛି। ଏହି ସୁରକ୍ଷା ତାଲିମ ଶିବିର ତୁରୁମୁଙ୍ଗା SDO ଶ୍ରୀ ଚିରଂଜିତ ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି। ଉକ୍ତ ସଭାରେ ସାହାରପଡା ବିଦୂତ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଲକ୍ଷ୍ମୀ କାନ୍ତ ଷଡ଼ଙ୍ଗୀ ଓ ଦଧିବାମନ ITI ଅଧକ୍ଷ ଶ୍ରୀ ଶତ୍ରୁଘନ ସିଂହ ଉପସ୍ଥିତ ଥିଲେ। ଉକ୍ତ ସଭାକୁ ସୁରକ୍ଷା ଅଧିକାରୀ ଶ୍ରୀ ଜୀତେନ୍ଦ୍ର କୁମାର ସାହୁ ପରିଚାଳନା କରିବା ସହିତ ବିଭିନ୍ନ ସୁରକ୍ଷା ବିଷୟରେ ଅବଗତ କରାଇଥିଲେ। ଏହି ଶିବିରରେ ତୁରୁମୁଙ୍ଗା ସବଡିଭିଜନର ପାଖପୁଖୀ ଦୁଇ ଶହ ବିଦୂତ ବିଭାଗର କର୍ମଚାରୀ ଉପସ୍ଥିତି ଥିଲେ। ଏହି ଶିବିରର ମୁଖ୍ୟ ଉଦେଶ୍ୟ ସୁରକ୍ଷା ବାବଦରେ ଅବଗତ କରାଇବା ମୂଳ ଲକ୍ଷ୍ୟ ଥିଲା।

କେନ୍ଦୁଝରରୁ ମନୋଜ କୁମାର ବେହେରା।

Leave a Reply

Your email address will not be published. Required fields are marked *