କଳିଙ୍ଗନଗରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏବଂ ଜାମସେଦପୁର କ୍ୟାନସର ସୋସାଇଟି ପକ୍ଷରୁ ଭ୍ରାମ୍ୟମାଣ କ୍ୟାନସର ସ୍କ୍ରିନିଂ କାର୍ଯ୍ୟକ୍ରମର ଶୁଭାରମ୍ଭ

କଳିଙ୍ଗନଗରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏବଂ ଜାମସେଦପୁର କ୍ୟାନସର ସୋସାଇଟି ପକ୍ଷରୁ ଭ୍ରାମ୍ୟମାଣ କ୍ୟାନସର ସ୍କ୍ରିନିଂ କାର୍ଯ୍ୟକ୍ରମର ଶୁଭାରମ୍ଭ l ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ ଏବଂ ଚିକିତ୍ସା ସୁବିଧାରେ ଉନ୍ନତି ଆଣିବା ପାଇଁ ଏକ ପ୍ରୟାସ ~ ମାଷ୍ଟର ଟ୍ରେନର୍‌, ଆଶା କର୍ମୀ ଏବଂ ତୃଣମୂଳ ସ୍ତରର ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ପ୍ରଶିକ୍ଷିତ କରାଯିବକଳିଙ୍ଗନଗର, ଜାନୁଆରୀ ୧୯, ୨୦୨୫: ଗ୍ରାମାଞ୍ଚଳରେ କର୍କଟ ରୋଗର ଭୟାବହତାକୁ ରୋକିବା ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ଚିହ୍ନଟ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ) ଏକ ବୃହତ ପଦକ୍ଷେପ ଗ୍ରହଣ କରିଛି । କଳିଙ୍ଗନଗରସ୍ଥିତ ଦାନଗଦୀ ଏବଂ ସୁକିନ୍ଦା ଅଞ୍ଚଳର ଗ୍ରାମୀଣ ଲୋକଙ୍କ ପାଇଁ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ ଏବଂ ଚିକିତ୍ସା ସୁବିଧାରେ ଉନ୍ନତି ଆଣିବା ଲକ୍ଷ୍ୟରେ ଟିଏସଏଫ, ଜାମସେଦପୁର କ୍ୟାନସର ସୋସାଇଟି (ଜେସିଏସ) ର ମେହେରବାଇ ଟାଟା ମେମୋରିଆଲ୍ ହସପିଟାଲ୍ (ଏମଟିଏମଏଚ) ସହଯୋଗରେ ଏକ ବ୍ୟାପକ ‘ଭ୍ରାମ୍ୟମାଣ କ୍ୟାନସର ସ୍କ୍ରିନିଂ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ଏହି କାର୍ଯ୍ୟକ୍ରମ ସୋମବାର ଦିନ ଦାନଗଦୀ ବ୍ଲକର ଯଖପୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ଯଖପୁରା ପିଏଚସିର ମେଡିକାଲ ଅଫିସର ଡାକ୍ତର ଅମୁଲ୍ୟ କୁମାର ନାୟକ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର କଳିଙ୍ଗନଗର ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଏହି ପ୍ରକଳ୍ପଟି ମାର୍ଚ୍ଚ ୩୧, ୨୦୨୮ ପର୍ଯ୍ୟନ୍ତ ଚାଲିବ ଏବଂ ଏହା କର୍କଟ ରୋଗର ସମ୍ପୂର୍ଣ୍ଣ ସେବା ଯୋଗାଇବ, ଯେଉଁଥିରେ ସାମାଜିକ ସଚେତନତା, ସ୍କ୍ରିନିଂ (ପରୀକ୍ଷା), ରୋଗ ନିଶ୍ଚିତକରଣ ଏବଂ ସଠିକ୍ ଚିକିତ୍ସା ସହିତ ଯୋଗାଯୋଗ ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମ ବିଶେଷ କରି ମୁଖ ଗହ୍ୱର, ସ୍ତନ ଏବଂ ଗର୍ଭାଶୟ କର୍କଟ ଉପରେ ଧ୍ୟାନ ଦେବ, ଯାହା ଭାରତରେ କର୍କଟ ଜନିତ ମୃତ୍ୟୁର ଏକ ବଡ଼ କାରଣ ସାଜିଛି ।

ଏହି କ୍ୟାମ୍ପ ସପ୍ତାହକୁ ପାଞ୍ଚ ଦିନ ଚାଲିବ ଏବଂ ପ୍ରତି କ୍ୟାମ୍ପରେ ୯୦ଟି ମାମୋଗ୍ରାମ, ୬୫ଟି ପାପ୍ ସ୍ମିୟର୍ ଏବଂ ୧୩୫ଟି ମୁଖ କର୍କଟ ପରୀକ୍ଷା କରାଯିବାର ଲକ୍ଷ୍ୟ ରଖାଯାଇଛି। ସ୍କ୍ରିନିଂ ସହିତ, ଲୋକଙ୍କୁ କର୍କଟ ରୋଗର ବିପଦ, ପ୍ରାରମ୍ଭିକ ଲକ୍ଷଣ ଏବଂ ସଠିକ୍ ସମୟରେ ଡାକ୍ତରୀ ପରାମର୍ଶର ଗୁରୁତ୍ୱ ବିଷୟରେ ସଚେତନ କରାଯିବ ।ଏହି ପଦକ୍ଷେପର ଏକ ପ୍ରମୁଖ ସ୍ତମ୍ଭ ହେଉଛି ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ଦକ୍ଷତା ବୃଦ୍ଧି କରିବା। ମେହେରବାଇ ଟାଟା ମେମୋରିଆଲ୍ ହସପିଟାଲ୍ ଠାରେ ‘ମାଷ୍ଟର ଟ୍ରେନର୍‌’ ମାନଙ୍କୁ ତାଲିମ ଦିଆଯିବ, ଯେଉଁମାନେ ପରବର୍ତ୍ତୀ ସମୟରେ ଆଶା କର୍ମୀ ଏବଂ ତୃଣମୂଳ ସ୍ତରର ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ପ୍ରଶିକ୍ଷିତ କରିବେ। ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ବ୍ଲକ୍ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବ । ଯେଉଁମାନଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବ, ସେମାନଙ୍କୁ ରୋଗ ନିଶ୍ଚିତ କରିବା ପାଇଁ ମେହେରବାଇ ଟାଟା ମେମୋରିଆଲ୍ ହସପିଟାଲ୍ କୁ ପଠାଯିବ ଏବଂ ସେମାନଙ୍କୁ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଯୋଜନା ମାଧ୍ୟମରେ ଚିକିତ୍ସା ଯୋଗାଇ ଦେବାରେ ସାହାଯ୍ୟ କରାଯିବ।କର୍କଟ ସ୍କ୍ରିନିଂକୁ ବିକେନ୍ଦ୍ରୀକରଣ କରି ଏବଂ ସଠିକ୍ ଚିକିତ୍ସା ପାଇଁ ପଥ ପ୍ରସ୍ତୁତ କରି, ଏହି ପଦକ୍ଷେପ କର୍କଟ ସେବା କ୍ଷେତ୍ରରେ ଥିବା ଅଭାବକୁ ଦୂର କରିବ, ସଚେତନତା ବଢ଼ାଇବ, ପ୍ରାରମ୍ଭିକ ରୋଗ ଚିହ୍ନଟରେ ସାହାଯ୍ୟ କରିବ ଏବଂ ଏକ ‘ଗ୍ରାମୀଣ କର୍କଟ ରେଜିଷ୍ଟ୍ରି’ ପ୍ରତିଷ୍ଠା କରିବ। ଏହା କଳିଙ୍ଗନଗର ଅଞ୍ଚଳର ଗ୍ରାମୀଣ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବା କ୍ଷେତ୍ରରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *