ଟାଟା ଷ୍ଟିଲ ଫାଉଣ୍ଡେସନ୍ ତରଫରୁ ବନ ମହୋତ୍ସବ ପାଳିତ

*ଟାଟା ଷ୍ଟିଲ ଫାଉଣ୍ଡେସନ୍ ତରଫରୁ ବନ ମହୋତ୍ସବ ପାଳିତ*୭୦ ଜଣ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ୩୦୦ ଚାରା ରୋପଣ ଓ ବ୍ରାହ୍ମଣୀ ନଦୀ କୂଳ ସଫେଇ ଅଭିଯାନ ଆୟୋଜିତକଳିଙ୍ଗନଗର, ଜୁଲାଇ ୩, ୨୦୨୫: ‘ବନ ମହୋତ୍ସବ’ ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ୍‌, ଟାଟା ଷ୍ଟିଲ କଳିଙ୍ଗନଗରର ଲଜିଷ୍ଟିକ୍ସ ଅପରେସନ୍ସ ଏବଂ ପରିବେଶ ବିଭାଗ ସହ ମିଶି, ଗୁରୁବାର ବ୍ରାହ୍ମଣୀ ନଦୀ କୂଳରେ ଏକ ବିଶାଳ ଚାରା ରୋପଣ ଏବଂ ନଦୀ କୂଳ ସଫେଇ ଅଭିଯାନ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କଳିଙ୍ଗନଗର ସ୍ଥିତ ବ୍ରାହ୍ମଣୀ ନଦୀ କୂଳ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା।ଟାଟା ଷ୍ଟିଲ କଳିଙ୍ଗନଗରର ବିଭିନ୍ନ ବିଭାଗରୁ ଆସିଥିବା ୭୦ରୁ ଅଧିକ ସ୍ୱେଚ୍ଛାସେବୀ ଏହି ଅଭିଯାନରେ ଅଂଶଗ୍ରହଣ କରି ୩୦୦ ଚାରା ରୋପଣ କରିଥିଲେ। ଏହି ଅଭିଯାନରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ସବୁଜବଳୟ ବୃଦ୍ଧି କରିବା, ମୃତ୍ତିକା କ୍ଷୟ ରୋକିବା ଏବଂ ସ୍ଥାନୀୟ ଜୈବବିବିଧତାକୁ ସମର୍ଥନ କରିବା। ଚାରା ରୋପଣ ସହିତ, ପ୍ଲାଷ୍ଟିକ୍ ବର୍ଜ୍ୟ ପଦାର୍ଥ ପରିଷ୍କାର ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା। ଯାହାଦ୍ୱାରା ପ୍ରଦୂଷଣ ହ୍ରାସ ପାଇବା ସହ ନଦୀ ପରିବେଶର ପ୍ରାକୃତିକ ସଂଗଠନ ପୁନଃସ୍ଥାପିତ ହେବାରେ ସହାୟକ ହେବ । ଏହି ‘ବନ ମହୋତ୍ସବ’ ଉତ୍ସବ ଏକ ଦୀର୍ଘାସ୍ଥାୟୀ ଭବିଷ୍ୟତ ପାଇଁ ପରିବେଶ ସଂରକ୍ଷଣ ଏବଂ ସାମୂହିକ ଦାୟିତ୍ୱ କୁ ଦର୍ଶାଉଛି ।

Leave a Reply

Your email address will not be published. Required fields are marked *