ଲମ୍ବାଗୁଡ୍ରି ସରକାରୀ ଆଶ୍ରମ ବିଦ୍ୟାଳୟ ରେ ଶିକ୍ଷକ ଓ ପିତାମାତା ସହଭାଗୀତା ବୈଠକ ଅନୁଷ୍ଠିତ
ଫୁଲବାଣୀ:ନିପ୍ର:-୨୯/୦୩() କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ର ଲମ୍ବାଗୁଡ୍ରି ସରକାରୀ ଆଶ୍ରମ ବିଦ୍ୟାଳୟ ରେ ପ୍ରଧନ ଶିକ୍ଷକ କୁମାର ଚନ୍ଦ୍ର ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିତାମାତା ସହଭାଗିତା ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ଦୁତିମେଣ୍ଡି ପଞ୍ଚାୟତ ର ସରପଞ୍ଚ ଦମୟନ୍ତୀ ମଲ୍ଲିକ ଯୋଗଦେଇ ଦେଇଥିଲେ l ସେହିପରି ସମ୍ନାନିତ ଅତିଥି ଭାବେ ସି ଆର୍ ସି ସି ଜୟନ୍ତୀ ଦିଗାଲ ,ପୂର୍ବତନ ସରପଞ୍ଚ ଇନ୍ଦ୍ରମଣି ମଲିକ,ମୁଖ୍ୟ ବକ୍ତା ପିତାମ୍ବର କହଁର,ବିଦ୍ୟାଳୟ ର ସଭାପତି ଚତୂର୍ଭୁଜ ମଲ୍ଲିକ ଓ କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘର ସଭାପତି ତଥା ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇ ପ୍ରଥମେ ଶ୍ରୀ ଜଗତର ନାଥ ଜଗର୍ନାଥ ଙ୍କ ନିକଟରେ ପୁଷ୍ପ ମାଲ୍ୟ ଓ ଦୀପ ପ୍ରଯୋଳନ କରିଥିଲେ।ଏହାପରେ ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନକରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ପାଢ଼ୀ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ବହୁ ସଂଖ୍ୟାରେ ଅଭିଭାବକ ମାନେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ବୈଦ୍ୟନାଥ ପାଟଯୋଶୀ,ସୁକାନ୍ତ କୁମାର ସାହୁ, ରୋହିତ କୁମାର ବେହେରା, ଶିକ୍ଷୟିତ୍ରୀ ଶର୍ମିଳା ବେହେରା, ରୁତୁପୂର୍ଣ୍ଣା ରଥ ଙ୍କ ସମେତ ମେଟ୍ରୋନ୍ ସ୍ନିଗ୍ଧାରାଣୀ ବେହେରା ଓ ସିସିଏ ଶର୍ମିତା ଜାନି,କମଳକାନ୍ତ ବାରିକ,ଝୁନୁ ଜାନି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଏହି ଅବସରରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ମନରଞ୍ଜନ କାର୍ଯ୍ୟକ୍ରମ ଵା ନୃତ୍ୟ ପରିବେଷଣ କରିଥିଲେ ଏହି ବିଦ୍ୟାଳୟରେ ୩୦୯ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ ଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ମାତ୍ର ପାଞ୍ଚଜଣ। ଫଳରେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ା ରେ ବାଧା ଶୃଷ୍ଟି ହେଉଥିବା ଯୋଗୁଁ ଅଭିଭାବକ ଗଣମାଧ୍ୟମ ଆଗରେ ଦୁଃଖରେ ପ୍ରକାଶ କରିଥିଲେ ଓ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି କରିବା ପାଇଁ ସରକାରଙ୍କୁ ଦାବି କରିଥିଲେ।
