ପୁରୁଷୋତ୍ତମପୁର ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ଗୋଷ୍ଠି ଶିକ୍ଷା ଧିକାରୀ ଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜ୍ଞାପନ

ପୁରୁଷୋତ୍ତମପୁର ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ଗୋଷ୍ଠି ଶିକ୍ଷା ଧିକାରୀ ଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜ୍ଞାପନ | ପୁରୁଷୋତ୍ତମପୁର ବ୍ଲକ ର ବରିଷ୍ଟ ଗୋଷ୍ଠି ଶିକ୍ଷା ଅଧିକାରୀ ଏସ ଗିରିଧର ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କଲେ ପ୍ରାଥମିକ ଶିକ୍ଷକ ସଙ୍ଘ | ତାଙ୍କର ଦୃଢ଼ ନେତୃତ୍ୱ, କର୍ମ ବର୍ଦ୍ଧତା, ସଚୋଟତ୍ତା, କାର୍ଯ୍ୟ ଦକ୍ଷତା, ଯୋଗୁଁ ଏହି ବ୍ଲକରେ ବହୁ ଉନ୍ନତି ମୂଳକ କାର୍ଯ୍ୟ ହେବା ସହ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼େଇ ବାରେ ଏବଂ ସେମାନଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବାରେ ଶିକ୍ଷକ ମାନଙ୍କ ମଧ୍ୟରେ ମନୋବଳ ବୃଦ୍ଧି କରିଛି | ଗୋଷ୍ଠି ଅଧିକାରୀ ଙ୍କ ଶୈକ୍ଷିକ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ପରିଲକ୍ଷିତ ହୋଇଛି | ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଗତ 17/02/25 ରିଖରେ 382 ଶିକ୍ଷାର୍ଥି ଏବଂ 30 ଜଣ ଗାଇଡ଼ ଶିକ୍ଷକ ଙ୍କୁ ନେଇ ଗୋଳାବନ୍ଧ ନିକଟ ଆର୍ମି ଏ ଡି ସ୍କୁଲ କୁ ଶୈକ୍ଷିକ ପରି ଭ୍ରମଣରେ ସମସ୍ତେ ଯାଇଥିଲେ | ଯାହାକି ଏକ ସ୍ୱତନ୍ତ୍ର ଏବଂ ନିଆରା ଅନୁଭୂତି ଅଟେ | ଏହାସହ ସୁରଭୀ “କାର୍ଯ୍ୟକ୍ରମ ରେ ରାଜ୍ୟ ସ୍ତରୀୟ ସଫଳତା ଏପିଏର ଆଇଡ଼ି ରେ ଅଭୁତସଫଳତା, ପ୍ରଶାସନିକକାର୍ଯ୍ୟ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ , ଶିକ୍ଷକ ଙ୍କ ଅନେକ ସମସ୍ୟାର ସମାଧାନ, ଏବଂ ଅନେକ କାର୍ଯ୍ୟର ଲକ୍ଷନେଇ ଲକ୍ଷ ସ୍ଥଳରେ ପହଞ୍ଚିବା ଉଦେଶ୍ୟ କୁ ସାଧିତ କରିବା ପାଇଁ ଆଗ୍ରହ ସୃଷ୍ଟି କରିବା, ଅନେକ ସମସ୍ୟା ର ନିରାକରଣ ପାଇଁ ଚେଷ୍ଟା କରିବା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଓ ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାରପାଇଁ ତାଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ସେ ଆଜି ସମସ୍ତ ଙ୍କ ପାଖରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି | ସେଥି ନିମନ୍ତେ ପୁରୁଷୋତ୍ତମପୁର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୋଷ୍ଠି ଶିକ୍ଷା ଅଧିକାରୀ ଏସ ଗିରିଧର ଙ୍କୁ ପୁଷ୍ପ ଗୁଛ, ଦେଇ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ | ତେବେ ତାଙ୍କ ଲୋକପ୍ରିୟତାରେ ଅତିଷ୍ଟ ହୋଇ କିଛି ବ୍ୟକ୍ତି ତାଙ୍କ ନାମରେ ମିଛ ଓ ମନଗଢା ଲେଖାକୁ ପେପର ରେ ପ୍ରକାଶିତ କରିବାକୁନେଇ ଶିକ୍ଷକ ସଙ୍ଘ ଏହାକୁ ଦୃଢତାର ସହ ନିନ୍ଦା କରିବାସହ ଦରକାର ପଡିଲେ ସେହି ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟ ନୁଷ୍ଠାନ ଗ୍ରହଣ କରିବାକୁ ପଦକ୍ଷେପ ନେବେ ବୋଲି ଶିକ୍ଷକ ମାନେ କହିଛନ୍ତି | ପୂର୍ବତନ ବିଇଓ ହରେକୃଷ୍ଣ ପଣ୍ଡାଙ୍କଭଳିଗୋଷ୍ଠି ଶିକ୍ଷା ଅଧିକାରୀ,ଏସ ଗିରିଧର ବହୁତ ଭଲ ଅଟନ୍ତି | ତେଣୁ ସବୁ ଅଫିସିକୁ ଏହିପରି ଅଧିକାରୀ ମିଳିଲେ ସେହି ବିଭାଗ ର ଷ୍ଟାଫ ମାନେ ନିଶ୍ଚିତ ଭାବେ ଭଲ କାର୍ଯ୍ୟ କରି ପାରିବେ ବୋଲି ଶିକ୍ଷକ ମାନେ କହିଛନ୍ତି | ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରାଥମିକ ଶିକ୍ଷକ ସଙ୍ଘ ସମ୍ପାଦକ ନିରଞ୍ଜନ ତ୍ରିପାଠୀ, ସଞ୍ଜୟ କୁମାର ମହାପତ୍ର, ଭଗବାନ ସାହୁ, ନକୁଳ ସେଠୀ, ପ୍ରଦୀପ କୁମାର ବେହେରା, ଅନୁପ କୁମାର ଦାଶ, କେ ସୋମନାଥ ନାୟକ, ଏସ କେ ରଣା, ଇସ୍ବା ରମେଶ, କୈଳାଶ ଚନ୍ଦ୍ର ସ୍ବାଇଁ, ପ୍ରମୁଖ ଶିକ୍ଷକ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *