ଅଜଣା ଗାଡି ଧକ୍କାରେ ଶିକ୍ଷକ ମୃତ

କାମାକ୍ଷାନଗର – ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କଇରାଟାଙ୍ଗର ତରାଜଙ୍ଗ ଛକ ରେଙ୍ଗାଳୀ କେନାଲ ନିକଟରେ ଅଜଣା ଗାଡି ଧକାରେ ଜଣେ ଶିକ୍ଷକଙ୍କର ମୃତ୍ୟୁ ହୋଇଛି ।ସୂଚନା ଅନୁସାରେ ତରାଜଙ୍ଗ ଗାଁର ପ୍ରକାଶ କୁମାର ସେଠୀ (୪୫ବର୍ଷ) କଙ୍କଡାହାଡ଼ ବ୍ଲକ କେରଜୁଳି ସ୍କୁଲ ରେ ଶିକ୍ଷକତା କରନ୍ତି ଆଜି ବିଦ୍ୟାଳୟ ରୁ ଘରକୁ ଫେରୁଥିବା ବେଳେ ମଧ୍ୟାନ ସମୟରେ କଇରାଟାଙ୍ଗର ତରାଜଙ୍ଗ ଛକ ରେଙ୍ଗାଳୀ କେନାଲ ନିକଟରେ ଏକ ଅଜଣା ଗାଡି ଧକା ଦେଇ ଫେରାର ହୋଇ ଯାଇଥିଲା ।ଖବର ପାଇ ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ରେ କାମାକ୍ଷାନଗର ମେଡ଼ିକାଲ ଆଣିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *