TEACHER Strike
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ୩ ଦଫା ଦାବି ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬ଦିନ ହେବ ଧାରଣା ଚାଲୁ ରହିଛି ।କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ,ପ୍ରାଥମିକ ଶିକ୍ଷାରେ କଳା ଓ କ୍ରୀଡା ଓ ଗଣଶିକ୍ଷକମାନଙ୍କୁ ନିୟମିତ କରିବା, ପେନସନ ଆଦି ଦାବି ନେଇ ଫେଡରେସନ ପକ୍ଷରୁ ଦାବି କରାଯାଇଛି ।

ଜିଲ୍ଲା ର 8ଟି ବ୍ଲକ ରେ ଆଜିଠାରୁ ଶିକ୍ଷକ ମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟରୁ ସମୂହ ଛୁଟି ନେଇ ଆନ୍ଦୋଳନକୁ ଅଧିକ ତୀବ୍ର କରିଛନ୍ତି । ଜଗତସିଂହପୁର ଜିଲ୍ଲାର ପ୍ରାୟ ତିନି ହଜାର ଶିକ୍ଷକ ଶିକ୍ଷୟିତ୍ରୀ ମନେ ଏହି ଆନ୍ଦୋଳନ ରେ ସାମିଲ ହୋଇ ଛନ୍ତି । ପ୍ରାଥମିକ ଶିକ୍ଷକ ମାନଙ୍କ ଆନ୍ଦୋଳନ ଯୋଗୁଁ ଜିଲାର ବିଭିନ୍ନ ବିଦ୍ୟାଳୟରେ ପାଠ ପଢା ବିପର୍ଯ୍ୟସ୍ତ ହୋଇ ପଡିଛି । ସରକାରଙ୍କ ସହିତ ବହୁବାର ଆଲୋଚନା ହୋଇ ଥିଲେ ହେଁ ତାହା ଫଳପ୍ରଦ ହୋଇ ପାରିନାହିଁ ।ଏହି ୩ଦଫା ଦାବିକୁ ନେଇ ଫେଡେରେସନ ପକ୍ଷରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସମୂହ ଛୁଟିରେ ରହି ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ ବୋଲି ଫେଡେରେସନ ପକ୍ଷରୁ ଚେତାବନୀ ଦିଆଯାଇଛି ।
Rita sahoo
