ଗୁରୁମାନେ ହିଁ ସମାଜରେ ଶ୍ରେଷ୍ଠ ସମ୍ମାନର ଅଧିକାରୀ

। ଡେଲାଙ୍ଗ- ଗୁରୁମାନେ ହିଁ ସମାଜ ଗଠନର ଶ୍ରେଷ୍ଠ ବିନ୍ଧାଣି ଓ ସର୍ବଶ୍ରେଷ୍ଠ ସମ୍ମାନର ଅଧିକାରୀ ବୋଲି ଗୋଡିପୁଟ ମାଟିଆପଡା ଗ୍ରାମପଞ୍ଚାୟତ ଅଧୀନ ଗୋଦାସାହି ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଆଦର୍ଶ ଶିକ୍ଷୟିତ୍ରୀ ସଞ୍ଜୁକ୍ତା ବେହେରାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମାନ୍ୟଗଣ୍ୟ ଅତିଥିମାନେ ଉଦ୍ ବୋଧିତ କରିଛନ୍ତି।ବିଦ୍ୟାଳୟ, ଗ୍ରାମବାସୀ, ପରିଚାଳନା କମିଟିର ସମ୍ମିଳିତ ସହଯୋଗ ଓ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ରଙ୍କ ପୃଷ୍ଠପୋଷକତାରେ ଅନୁଷ୍ଠିତ ଏହି ଅବସରକାଳୀନ ସମ୍ବର୍ଦ୍ଧନା ଓ ବାର୍ଷିକ ଉତ୍ସବରେ ବରିଷ୍ଠ ଶିକ୍ଷାବିତ୍ ଦୁର୍ଯ୍ୟୋଧନ ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସୁଚନା ଆୟୋଗ ସମାଜ ସେବୀ ଜଗଦାନନ୍ଦ,ମୁଖ୍ୟ ବକ୍ତା ସନ୍ଥ ସଦାନନ୍ଦ ଦାସ ମହାରାଜା, ସମ୍ମାନିତ ଅତିଥି ପୂର୍ବତନ ପିପିଲି ବିଇଓ ପ୍ରମୋଦ କୁମାର ପରିଡ଼ା, ବୁଦ୍ଧିଜୀବୀ ଲକ୍ଷ୍ମୀ ନାରାୟଣ ପାଠୀ ,ଶିକ୍ଷାବିତ୍ ନଗେନ୍ ସୁନ୍ଦରାୟ ,ରମେଶ ରାଉତ, ନିରଞ୍ଜନ ସାହୁ,ରମେଶ ଦାଶ, ଜଳନ୍ଧର ବେହେରା,ଶିକ୍ଷକ ନେତୃବୃନ୍ଦ ଦିଗମ୍ବର ରଥ, ପ୍ରଶାନ୍ତ ଦାସ, ପବିତ୍ର ମୋହନ ଜେନା, ମିଟୁ କିଶୋର ପ୍ରଧାନ ,ଅଧ୍ୟାପିକା ଆରତୀ ସେନାପତି ପ୍ରମୁଖ ଯୋଗଦେଇ ଶିକ୍ଷୟିତ୍ରୀଙ୍କ ସୁଗୁଣ ଗାନ ପୂର୍ବକ ସମାଜରେ ଯୁଗେ ଯୁଗେ ଗୁରୁଙ୍କ ଗୁରୁତ୍ବ ଗୁରୁତ୍ବପୂର୍ଣ୍ଣ ଓ ମହିମା ମହତ୍ତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରି ଧୈର୍ଯ୍ୟ,ନିଷ୍ଠା , ସହନଶୀଳତା,ଏକତା ହିଁ ଶାନ୍ତି ଓ ସଫଳତାର ସଞ୍ଜିବନୀ ସମ୍ପର୍କେ ପ୍ରେରଣା ଦାୟୀ ବକ୍ତବ୍ୟ ରଖିଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ଉଦ୍ ଯୋଗୀ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ର ଓ ଶିକ୍ଷକ ମଙ୍ଗୁଳି ପରିଡା ସଂଯୋଜନା କରିଥିଲେ । ଡେଲାଙ୍ଗ ବ୍ଲକ୍ ର କେତେକ ବଛା ବଛା ଶିକ୍ଷକ ଶିକ୍ଷୟିତ୍ରୀ, ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷାବିତ୍, ସ୍ଥାନୀୟ ଅଞ୍ଚଳର ସମାଜସେବୀ ଓ ଛାତ୍ର ଛାତ୍ରୀଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରୀ ସ୍ଵୟଂ ପ୍ରଭା ସୁନ୍ଦରାୟ କୋହଭରା କଣ୍ଠରେ ଗୁରମାଙ୍କ ଆଦର୍ଶ ଆଚରଣ ସମ୍ପର୍କେ କହିଥିଲେ। ଗୋଦାସାହି ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଅଭୟ ଚରଣ ସାହୁ ଆବେଗଭରା କଣ୍ଠରେ ୨୦୦୧ରୁ ୨୦୦୭ ପର୍ଯ୍ୟନ୍ତ ଅତୀତର ଅନେକ ଅଭୁଲା ସ୍ମୃତି ଅନୁଭୁତି ଓ ଆଜିର ସମାଜ କଥା ବର୍ଣ୍ଣନା କରିଥିଲେ।। ଉତ୍ସବରେ ଶିକ୍ଷକ ବାଳାନିଧି ସାହୁ, ପ୍ରଭାକର ସେଠୀ, ଗଙ୍ଗା ମଲ୍ଲିକ, ଆଶିଷ ମଲ୍ଲିକ, ବୈକୁଣ୍ଠ ପ୍ରଧାନ, ଫକିର ଦାସ, ସୋମନାଥ ବେହେରା,ସିଆରସିସି ମନୋଜ ମହାରଣା, ପ୍ରଦୀପ ବଳିୟାର ସିଂହ, ଶିକ୍ଷକ ଅଶୋକ ପ୍ରଧାନ,ଟୁଟୁ ପ୍ରଧାନ,ଗୋବିନ୍ଦ ସାହୁ, ପୂର୍ଣ୍ଣ ସାହୁ,ଶିକ୍ଷୟିତ୍ରୀ ସବିତା ରଥ, ଦୀପିକା ପାତ୍ର, ଶର୍ମିଳା ନାୟକ,ଭାରତୀ ଜେନା ,ପ୍ରିୟଙ୍କା ମୁଣ୍ଡ ମାଝି,ବିଷ୍ଣୁପ୍ରିୟା ମହାପାତ୍ର, କଲ୍ୟାଣୀ ଦାଶ, କଳ୍ପନା ସାହୁ,ବେବି ପଟ୍ଟନାୟକ, ଶରଳା ଦଳାଇ, କ୍ଷିରୋଦିନୀ ଶତପଥୀ, ଦୀପ୍ତି ରେଖା ସାହୁ,ଦେବକୀ ଦାଶ,ବୁଦ୍ଧିଜୀଵି ପାଣ୍ଡବ ଜେନା, ଛାତ୍ରୀ ଶୁଭଶ୍ରୀ ସୁନ୍ଦରାୟ, ଛାତ୍ର ପ୍ରଣବ ବିଶ୍ବାଳ ପ୍ରମୁଖ ସାମିଲ ହୋଇ ସମୁତ୍ସାହିତ କରିଥିଲେ । ଶ୍ରୀମତୀ ବେହେରା ପ୍ରଥମେ ୨୦୦୧ରେ କୁଆପଦା ଓ ପରେ ଗୋଦାସାହି ବିଦ୍ୟାଳୟରେ ୨୦୦୬ରୁ ୨୦୨୪ ପର୍ଯ୍ୟନ୍ତ ନିଷ୍ଠାର ସହ ଶିକ୍ଷକତା କରି ସମସ୍ତଙ୍କର ଆଦରଣୀୟା ଥିଲେ। ମଞ୍ଚରେ ୨୦୦୧ ବ୍ୟାଚ୍ ରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ପରିବାର ବର୍ଗଙ୍କ ତରଫରୁ ସ୍ଵତନ୍ତ୍ର ଭାବେ ମାନପତ୍ର ସହ ସଞ୍ଜୁକ୍ତା ଦିଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ହରିପୁର,ହରିରାଜପୁର ଆଞ୍ଚଳିକ ସାଧନ କେନ୍ଦ୍ର ସମେତ ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଓ ଗୋଦାସାହି ବିଦ୍ୟାଳୟ ତରଫରୁ ତାଙ୍କୁ ଅନୁରୂପ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜସେବୀ ତ୍ରିଲୋଚନ ଜୟ ସିଂହ, ଧାଡୁବନ୍ଧୁ ଲେଙ୍କା, ଶିକ୍ଷାବିତ୍ ନିରଞ୍ଜନ ସାହୁ, ନରେନ୍ଦ୍ର ଜେନା, ସନ୍ତୋଷ ମିଶ୍ର,ଦାମୋଦର ରଥ, ଦୁର୍ଯ୍ୟୋଧନ ସାହୁ, ରମେଶ ପ୍ରଧାନ, କୁନ୍ତଳୁ ଧବଳେଶ୍ଵର,ସୁରେନ୍ଦ୍ର ନାୟକ,ଶିକ୍ଷକ ମଙ୍ଗୁଳି ପରିଡା, ପବିତ୍ର ଜେନା,ଅଭୟ ସାହୁ, ଅଭିମନ୍ୟୁ ସିଂହ, ବିକ୍ରମ ପାତ୍ର,ସୁଧୀର ଜେନା, ପ୍ରଦୀପ ପ୍ରଧାନ ,ଶିକ୍ଷୟିତ୍ରୀ ସରିତା କୁମାରୀ ମିଶ୍ର, ସୁକନ୍ୟା ଡାକୁଆ, ଦମୟନ୍ତୀ ମଙ୍ଗରାଜ,କବୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶ,ସୁଧାଂଶୁ ବାଳା ପ୍ରଧାନ, ଛାତ୍ରୀ ଶୁଭ ଲକ୍ଷ୍ମୀ ଜେନାଙ୍କ ସହ ମୋଟ୍ ୪୦ ଜଣଙ୍କୁ ଏବଂ ୫୦ରୁ ଉର୍ଦ୍ଧ କୃତି ଶିକ୍ଷାର୍ଥୀଙ୍କୁ ମଞ୍ଚରେ ଶ୍ରଦ୍ଧାର ସହ ସମ୍ବର୍ନ୍ଧିତ କରାଯିବାର ଏକ ନିଆରା ପରମ୍ପରା ଦେଖି ସମସ୍ତେ ଆୟୋଜକ ଗୋପାଳ ମହାପାତ୍ରଙ୍କ ଭୁରି ଭୁରି ପ୍ରଶଂସା କରିଥିଲେ। ଏଥିରେ ଶିକ୍ଷୟିତ୍ରୀ ନୂତନ ପାଟ୍ଟଯୋଶୀ, ସମାଜସେବୀ ରାମଚନ୍ଦ୍ର ସୁନ୍ଦରାୟ, ଶତୃଘ୍ନ ସୁନ୍ଦରାୟ,ଗୋପୀ ଜେନା, କେଶବ ଜେନା, ସନ୍ତୋଷ ବେହେରା ଓ ଅନ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସ୍ଵାଗତ ଓ ଅବସର ସଙ୍ଗୀତ ଗାନ ପୂର୍ବକ ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା।ଅବସରପ୍ରାପ୍ତ ରେଳ କର୍ମଚାରୀ ସୁବଳ ବେହେରା,ଗୁରୁ ମାଙ୍କ ପୁତ୍ର ସଚିନ୍, ସ୍ବାଗତ,କନ୍ୟା ଶୁଚିସ୍ମିତା ଓ ସହଯୋଗୀ ପ୍ରଭାକର ସଭିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲା ବେଳେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଶ୍ରୀଯୁକ୍ତ ମହାପାତ୍ରଙ୍କ ଉଦ୍ୟମକୂ ସମସ୍ତେ ଧନ୍ୟ ଧନ୍ୟ କହିଥିଲେ।

Leave a Reply

Your email address will not be published. Required fields are marked *