ଶିକ୍ଷକ ସଂଘର ଏକ୍ସ କେଡର ବୈଠକ
ଅଦ୍ୟ ତା୧୪/୯/୨୫ରିଖ ରବିବାର ସକାଳ ୧୦ଘଟିକାସମୟରେ ରାଜ୍ୟ ସରକାରୀ ଶିକ୍ଷକ ସଂଘ ଏକ୍ସ କେଡର ବୈଠକ ମୁକୁଳିଶି ୟୁଜି ୟୁ଼ପି ସ୍କୁଲ ପରିସରରେ,ସୃଷ୍ଟିଧର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ସଂପାଦକ ଶନୈଶ୍ଚ ରଞ୍ଜନ ବେହେରା ଯୋଗ ଦେଇ ସଂଗଠନର ଆଭିମୁଖ୍ୟ ରାଜ୍ୟ ସରକାରଙ୍କର ଆମ ମାନଙ୍କ ପ୍ରତି ବୈମାତୃକ ମନୋଭାବ ଉପରେ ବିଶଦ ଭାବେ ଆଲୋଚନା କରିଥିଲେ ଯଦି ସରକାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ କେଡର ଶିକ୍ଷକର ମାନ୍ୟତା ପ୍ରଦାନ କରିବା ସହିତ ସ୍ୱାସ୍ଥ୍ୟବୀମା ଯୋଗାଇ ଦେବା ଆଦି ଦାବିରେ ଆଗାମୀ ଦିନରେ ଆନ୍ଦୋଳନକୁ ସଂଘ ଓହ୍ଲାଇବ ବୋଲି ପ୍ରକାଶ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଗୈରାଙ୍ଗ ଗିର ,ରାଧା ସାରେ , ଶିଶିର ପ୍ରଧାନ ମଧ୍ୟ ଅଭିଭାଷଣ ଦେଇଥିଲେ । ତତ୍ପରେ ସର୍ବ ସମ୍ମତ କ୍ରମେ ନୂତନ ସଂଘ ଗଠନ କରାଯାଇଥିଲା । ସଭାପତି ଶ୍ରୀ ସୃଷ୍ଟିଧର ଦାସ , ଉପ ସଭାପତି ସ୍ବରୂପ ମହାନ୍ତି, ସଂପାଦକ ବିଶିକେଶନ ରାଉତ ସହ ସଂପାଦକ ତନ୍ମୟ ମିଶ୍ର କୋଷାଧ୍ୟକ୍ଷ ବିଜୟ ଜେନା ଉପାଦେଷ୍ଟା ଗୈରାଙ୍ଗ ଗିରି , ମନୋରଞ୍ଜନ ଜେନା, ଶ୍ୟାମଳୀ ଭୁକ୍ତା ମିଡ଼ିଆ ସଂଯୋଜକ ସୁଚନ୍ଦନ ଖିଲାର ନିର୍ବାଚିତ ହୋଇଥିଲେ । ଶିବଶଙ୍କର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
