ଗୁରୁ ଦିବସ –

ପ୍ରକୃତି ବନ୍ଧୁ ହରିହର ସାହୁ

ଅନ୍ଧକାର ରୁ ଆଲୋକ ଦିଅନ୍ତି
ସମାଜ ସେବାରେ ଗୁରୁ
ମଣିଷ ଗଢନ୍ତି ଦେବତା ଭାବିଣ
ଜୀବନ ନାଟକ ସରୁ।
ଛାତ୍ର ଛାତ୍ରୀମାନେ ସମାଜ ମଧ୍ୟରେ
ପାଳନ୍ତି ଗୁରୁ ଦିବସ
ଗୁରୁ ମାନଙ୍କର ଆଶିଷ ଲଭିଣ
ପାଆନ୍ତି ସୁଖ ପରଶ।
ରାଧା କୃଷ୍ଣ ଙ୍କ ର ଜୀବନ ଦର୍ଶନ
ଆଲୋଚନା ର ମଧ୍ୟରେ
ତୃପତି ଲଭନ୍ତି ଛାତ୍ର ଛାତ୍ରୀ କୁଳ
ଗୁରୁ ଙ୍କ ଆଶିଷ ପରେ।
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଅଟନ୍ତି ଯେ ମହେଶ୍ୱର
ଗୁରୁ ଦିବସ ଆଶିଷ ଦିଅନ୍ତି
ଛାତ୍ର ଛାତ୍ରୀଯେ ତତ୍ପର।
ବାପା ମାଆ ଙ୍କ ର‌ ଆଶିଷ ନିଅନ୍ତି
ଯେଉଁ ପୁତ୍ର କନ୍ୟା ଗଣ
ଜୀବନ ନାଟକେ ଆଗକୁ ଯାଆନ୍ତି
ଆଶିଷ ପଥେ ଲଭିଣ।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *