ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ

ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ l ଫୁଲବାଣୀ:-୦୫/୦୯ ସ୍ଥାନୀୟ ଜିଲ୍ଲା ପୁରସ୍କାର ପରିଷଦ( ପଞ୍ଚାୟତ ଭବନ), ଫୁଲବାଣୀ ଠାରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ସାଂସଦ, କନ୍ଧମାଳ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ କହିଥିଲେ ଯେ ଶିକ୍ଷା ହେଉଛି ସମାଜର ମେରୁଦଣ୍ଡ । ଯେଉଁ ଦେଶ ଯେତେ ଶିକ୍ଷିତ ସେ ଦେଶ ସେତେ ବିକଶିତ । ଏଥିପାଇଁ ଗୁରୁମାନଙ୍କର ଭୂମିକା ଗୁରୁତ୍ବପୁର୍ଣ । ଯେଉଁମାନେ ଗୁରୁମାନଙ୍କ ଭୂମିକା ନିଭାଉଛନ୍ତି ଏହି ଭୂମିକାକୁ ସମର୍ପିତ ଓ କର୍ତ୍ତବ୍ୟନିଷ୍ଠ ଭାବେ ନିଭାଇ ସମାଜରେ ଭଲ ଛାତ୍ରଛାତ୍ରୀ ବା ଭଲ ମଣିଷ ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ । ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ, କନ୍ଧମାଳ ସୁଶ୍ରୀ ନନ୍ଦିନୀ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ, ମାନ୍ୟବର ସାଂସଦ, କନ୍ଧମାଳଙ୍କ ପ୍ରତିନିଧି ଶ୍ରୀ ଦୂର୍ଗା ଚରଣ ଆଚାର୍ୟ ଯୋଗଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ କୁମାର ସ୍ଵାଇଁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଏହି ଦିବସର ଗୁରୁତ୍ୱ ଏବଂ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉଚ୍ଚ ମାଧ୍ୟମିକ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର, ୧୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ଦୁଇ ଜଣ ଶିକ୍ଷକଙ୍କୁ ସି.ଆର୍.ସି .ସି ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ସହିତ ମାନପତ୍ର ଓ ପୁରସ୍କାରରାଶି ଅତିଥିମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାନସ ରଞ୍ଜନ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଣୟ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତି ନିରୁପମା ଦୋରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସିମାଞ୍ଚଳ ସ୍ଵାଇଁ, ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଜିଲ୍ଲା ଶିକ୍ଷା ବିଭାଗର କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *