ଗୁରୁ ଦିବସ ପାଳନ ରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଙ୍କ ସହିତକୃତି ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା
ଗଁଦିଆ ତା 5/9/2025 ପବିତ୍ର ଗୁରୁ ଦିବସ ପାଳନ ଅବସରରେ ଗଁଦିଆ ବ୍ଳକ ” “ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ” ସୋରିଷିଆପଦା ଗ୍ରାମ ପଞ୍ଚାୟତ ଗଁଦିଆ ବ୍ଳକ୍ ରୁ ପ୍ରଥମ ଥର ରାଷ୍ଟ୍ରପତି ପୁରସ୍କାର ପାଇଥିବା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦଣ୍ଡଧର ସାହୁ ଓ ଗଁଦିଆ ବ୍ଳକ ର ଦ୍ବିତୀୟ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ସହିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସୋରିଷିଆପଦା ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଯଦୁମଣି ମହାନ୍ତ ଙ୍କୁ ଗ୍ରାମ ପଞ୍ଚାୟତ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମ ପଞ୍ଚାୟତ ସଭ୍ୟ ସଭ୍ୟା ଙ୍କ ଉପସ୍ଥିତି ରେ “ଶ୍ରେଷ୍ଠ ଗୁରୁ ସମ୍ମାନ” ରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଛି। ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରଦୀପ କୁମାର ରାଉତ ଙ୍କ ସଭାପତି ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଶିକ୍ଷକ ନିରଞ୍ଜନ ନାୟକ ସଂଯୋଜନା କରିଥିଲେ ଓ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମରେନ୍ଦ୍ର ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ହେଉଛନ୍ତି ସମାଜର ମେରୁଦଣ୍ଡ , ଏଣୁ ସମାଜ ଗଠନ ରେ ଶିକ୍ଷକ ଙ୍କ ଭୂମିକା ଉଚ୍ଚ ପ୍ରଶଂସନୀୟ ବୋଲି ସରପଞ୍ଚ ଶ୍ରୀ ରାଉତ ମତେ ପ୍ରକାଶ କରିଥିଲେ । ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଓ ପୁଷ୍ପଗୁଛ ଦେଇ ଗୁରୁ ପୂଜନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ସମାଜସେବୀ ପବିତ୍ର ଲେଙ୍କା ଗ୍ରାମ ପଞ୍ଚାୟତ ସଭ୍ୟ ରଙ୍ଗାଧର ପ୍ରଧାନ ସଭ୍ୟା ରଞ୍ଜିତା ପ୍ରଧାନ ଙ୍କ ସହିତ ସମସ୍ତ ସଭ୍ୟ ସଭ୍ୟା ଅଂଶ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ସରପଞ୍ଚ ଙ୍କ ଏହି ମହାନ କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ।
