ସରକାରୀ ବିଦ୍ୟାଳୟରେ ଶିକ୍ଷକଙ୍କ ରାଜ
ସରକାରୀ ବିଦ୍ୟାଳୟରେ ଶିକ୍ଷକଙ୍କ ରାଜ lଜଗତସିଂହପୁର -୮. ୮. ୨୫- ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକର ବର୍ତ୍ତୀ ପଟେଣୀ ଗାଁ ସ୍ଥିତ ହରିକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ ଦିନ ଧରି ସେହି ଗ୍ରାମର ଦିଲ୍ଲୀପ କୁମାର ମହାନ୍ତି ଶିକ୍ଷକତା କରୁଥିବାରୁ ନିଜର ମନମାନୀରେ ରାଜ ଚଲାଇଛନ୍ତି, ଯେଉଁ ଥିରେ ଅତିଷ୍ଠ ହୋଇ ଚତୃରଛାତ୍ରୀ, ଅଭିଭାବକ, ଓ ପରିଚାଳନା କମିଟର ସଦସ୍ୟମାନେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଦାବିକରି ଜୁଲାଇ ୨୮ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଜଣାଇ ଛନ୍ତି l ଶିକ୍ଷକ ଜଣକ ନିଜର ମନମାନୀରେ ମାଧ୍ୟାନ୍ନ ଭୋଜନ ଅର୍ଥକୁ ହରିଲୁଟ କରୁଥିବା ବେଳେ, ବିଦ୍ୟାଳୟରେ ପାଠପଢ଼ାପ୍ରତି ଧ୍ୟାନ ଦେଉନଥିବାର ଅଭିଯୋଗ ଆଣିଛନ୍ତି ଛାତ୍ର ଛାତ୍ରୀ, ଏଥିସହିତ ବିଦ୍ୟାଳୟ ବଗିଚାରେ ପିଲାମାନଙ୍କଦ୍ୱାରା ବିଭିନ୍ନ ପ୍ରକାର ଫସଲ କରି ସେଗୁଡିକୁ ବିକ୍ରି କରି ନିଜର ପକେଟ ଗରମ କରୁଥିବାର ଅଭିଯୋଗ ଆଣିଛନ୍ତି ଅଭିଭାବକ l ଅଭିଭାବଙ୍କ ଶିକ୍ଷକଙ୍କ ବଦଳି ଦାବି ସମ୍ପର୍କରେ ଆମ ଜିଲ୍ଲା ପ୍ରତିନିଧି ବିପିନି କୁମାର ସେଠୀ, ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କୁ ଏସମ୍ପର୍କ ରେ ପଚାରିବାରୁ ସେ କୁହନ୍ତି ଯେ ତଦନ୍ତ ହୋଇନାହିଁ, ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏଠାରେ ପ୍ରକାଶଥାଉକି ଅଭିଭାବକମାନେ ଅଭିଯୋଗପାତ୍ର ଦେବାର ୧୨ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତଦନ୍ତ ହୋଇପାରିନାହିଁ, ଯାହାକୁନେଇ ଅଭିଭାବକ ମହଳରେ ଅଶୋନ୍ତୋଷ ବୃଦ୍ଧିପାଇବାରେ ଲାଗିଛି l
