ପୁରୀ ରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଟିମ୍ ଇଣ୍ଡିଆର ଖେଳାଳି ଓ ସଦସ୍ୟ

ପୁରୀରେ ପହଁଚିଲେ ଟିମ ଇଣ୍ଡିଆ. ନେଲେ ମହାପ୍ରଭୁଙ୍କ ଆଶୀର୍ବାଦ. ଭିତର କାଠ ନିକଟରେ ସୂର୍ଯ୍ୟାକୁମାର ଯାଦବ ଓ ତାଙ୍କ ଧର୍ମପତ୍ନୀ ସାଷ୍ଟାଙ୍ଗ ପ୍ରଣିପାତ କରି ପ୍ରଥମ ଥର ଦର୍ଶନ କରି ବେଶ ଭାବ ବିହ୍ଵଳ ହୋଇପଡିଲେ। ଆଉ ସେହିଠାରେ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ସମସ୍ତ ଖେଳାଳି ଏକ ସଙ୍ଗେ ଜୟ ଜଗନ୍ନାଥ କହିଥିଲେ। ସେପଟେ ରତ୍ନ ସିଂହାସନରୁ ସେବାୟତ ଏକ ଫୁଲ ଆଣି ଗମ୍ଭୀରଙ୍କୁ ଦେଇଥିଲେ. ୨୦୨୬ ଟି ଟ୍ୱଣ୍ଟି ବିଶ୍ୱକପ ପାଇଁ ଏହି ଆଶୀର୍ବାଦ ବୋଲି କହିଥିଲେ କୋଚ ଗୌତମ ଗମ୍ଭୀର। ତେବେ ସେବାୟତ ମାନେ ବି ଆଶା କରିଛନ୍ତି ଆଜି ଟିମ ଇଣ୍ଡିଆ ଜଗନ୍ନାଥଙ୍କ ଆଶୀର୍ବାଦରୁ ବିଜୟ ଲାଭ କରିବ ବୋଲି କହିଛନ୍ତି ସେବାୟତ. ଆଜର ଦର୍ଶନ ନେଇ କଡା ସୁରକ୍ଷା ବ୍ୟବସ୍ଥା ନିଆଯାଇଥିଲା ବୋଲି କହିଛନ୍ତି ପୁରୀ ଏସପି। ସେପଟେଆଜି ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ନେଇ ଶ୍ରୀମନ୍ଦିର ନିକଟରେ ଦୀପଦାନ କଲେ ସେବାୟତ. ବାରବାଟୀରେ ପୁଣି ଟିମ ଇଣ୍ଡିଆ ବିଜୟ ଲାଭ କରୁ ଏହି କାମନା କରି ସେବାୟତ ମାନେ ସିଂହଦ୍ୱାରରେ ଜଗନ୍ନାଥଙ୍କ ନିକଟରେ ଦୀପଦାନ କରିଛନ୍ତି. ସମସ୍ତଙ୍କର ଆଶା ରହିଛି କି ଟିମ ଇଣ୍ଡିଆ ଆଜି ନିଶ୍ଚୟ ବିଜୟ ଲାଭ କରିବ ବୋଲି ଆଶା କରିଛନ୍ତି ସେବାୟତ.ବାଇଟ ରବି ପ୍ରତିହାରୀ, ଓସିଏ ସଦଶ୍ୟ ବାଇଟ ରୋହିତ ଦାସ ମହାପାତ୍ର,

Leave a Reply

Your email address will not be published. Required fields are marked *