ମନ୍ଦିର ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଧରାକୋଟ,20/9/25ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ 75ତମ ଜନ୍ମ ଦିବସ ଅବସର ରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ଧରାକୋଟ ବ୍ଲକ ଅନ୍ତର୍ଗତ ମାଣିକପୁର ମଣ୍ଡଳ ଅଧିନସ୍ଥ ଵାହାରପୁର ଗ୍ରାମ ପଞ୍ଚାୟତ ର ଡାକିବଜା ଗ୍ରାମ ର ମା କାଳୁଆ ମନ୍ଦିର ପରିସରରେ ଏକ ପେଡ ମା କେ ନାମ ଅଭିଯାନ କାର୍ଯ୍ୟକ୍ରମରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ପୂର୍ବତନ ଧରାକୋଟ ମଣ୍ଡଳ ସଭାପତି ୟୁ ପାପା ରାଓ ,ଜାହାଡା ମଣ୍ଡଳ ସଭାପତି ଜିତେନ୍ଦ୍ର କୁମାର ବିଷୋୟୀ ,ଅଚ୍ୟୁତ ଗୈାଡ ,ପ୍ରମୋଦ କୁମାର ପାଢୀ ,ବିପ୍ର ଚରଣ ସାହୁ ,ଅଶୋକ ବରାଡ ,କୃଷ୍ଣ ଚନ୍ଦ୍ର ସାହୁ,ଗଣପତି ଗୈାଡ, ପଞ୍ଚୁନାଥ ଜେନା ,ଉମା ଚରଣ ଜେନା ,ଲଡୁ କିଶୋର ଗୈାଡ ,କେଶବ ସ୍ବାଇଁ ,ବାଉରୀ ବନ୍ଧୁ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ସମସ୍ତେ ମନ୍ଦିର ପରିସରରେ ସ୍ବଚ୍ଛତା କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।
