ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ -୨୦୨୫
ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ -୨୦୨୫, ରୌପ୍ୟ ଜୟନ୍ତୀ ସମାରୋହ ଉଦ୍ଘାଟିତ l ଖୋର୍ଦ୍ଧା ମହୋତ୍ସବ ଗରିମାମୟ ସାମାଜିକ ଅଙ୍ଗ ଏବଂ ଅସ୍ମିତାର ନିଦର୍ଶନ: ମନ୍ତ୍ରୀ: ଶ୍ରୀଯୁକ୍ତ ବଳସାମନ୍ତ l ଖୋର୍ଦ୍ଧା ତା 16.12.2025 ରିଖ; ଖୋର୍ଦ୍ଧାର ଲଢ଼ୁଆ ପାଇକମାନଙ୍କ ବିରତ୍ଵ ସମଗ୍ର ରାଷ୍ଟ୍ର ଓ ଆଁନ୍ତରାଷ୍ତ୍ରରେ ଅନନ୍ୟ l ଖୋର୍ଦ୍ଧା ମାଟିର ଯୋଗଜନ୍ମା ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ,ପିଣ୍ଡିକି ବାହୁବଳୀ, କୃତିବାସ ପାଟ୍ଟଶାଣୀ ଙ୍କ ଅବଦାନ ଖୋର୍ଦ୍ଧା ପାଇକ ମାଟିର ଗାଥା ବହନ କରେ l ଖୋର୍ଦ୍ଧା ବୟନ ଶିଳ୍ପ ର ଗନ୍ତାଘର l ୧୯୯୭ ଏବଂ ୧୯୯୮ ମସିହାରୁ ଉଦ୍ୟମ ହୋଇ ୨୦୦୦ମସିହାରୁ ଖୋର୍ଦ୍ଧା ମହୋତ୍ସବ ଘାତ ପ୍ରତିଘାତ ସତ୍ତ୍ୱେ ଆଜି ୨୫ ବର୍ଷ ପୂର୍ତ୍ତି ପାଳନରେ ଖୋର୍ଦ୍ଧା ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ସାମାଜିକ ମୂଲ୍ୟବୋଧ, ଅସ୍ମିତାର ନିଦର୍ଶନ ଯାହା ସମଗ୍ର ରାଷ୍ଟ୍ର ଓ ଅନ୍ତରାଷ୍ତ୍ର ରେ ପରିଚିତ ବୋଲି ଆଜି ସନ୍ଧ୍ୟାରେ ମାନ୍ୟବର ସମବାୟ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ତଥା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରି ଉପରୋକ୍ତ ବିଷୟ ନିଜ ଉଦବୋଧନରେ ପ୍ରକାଶ କରିଛନ୍ତି l ମନ୍ତ୍ରୀ ଆହୁରି କହିଛନ୍ତି ଖୋର୍ଦ୍ଧା ମହୋତ୍ସବ ଜନଜୀବନର ବାସ୍ତବ ରୂପ,, ସଂସ୍କୃତି, କୃଷିମେଳା, ମୀନା ବଜାର, ପାଇକ ଆଖଡ଼ା, ପାଇକ ଯୁଦ୍ଧାସ୍ତ୍ର ପ୍ରଦର୍ଶନୀ ଯୁବପିଢୀ ମାନେ ଉଜ୍ଜୀବିତ ରଖି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଅଭିମତରେ ଜାଗ୍ରତ ହେବାକୁ ଆହ୍ଵାନ ଦେଇଥିଲେ l ମହୋତ୍ସବ ଆୟୋଜନ କମିଟି ନିୟୁ ଥିଙ୍କିଙ୍ଗ ଫୋରମ୍ ର ସଭାପତି ଏବଂ ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ପୌରହିତ୍ୟରେ ଟି ଏଲ ସି ରୋଡ଼ ବି ଡି ଏ ପଡ଼ିଆରେ

ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ସ୍ୱାଗତ ସମ୍ଭାଷଣ ଓ ମହୋତ୍ସବର ଦୀର୍ଘ ୨୫ ବର୍ଷ ପୂର୍ତ୍ତିର ଇତିହାସ ସମ୍ବଧରେ ବକ୍ତବ୍ୟ ରଖି ଚଳିତ ବର୍ଷ ମହୋତ୍ସବ ଯୁବ ପିଢ଼ିକୁ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ବିକଶିତ ଜିଲ୍ଲା ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନକୁ ଦିଗ ଦର୍ଶନ ଦେବ ବୋଲି ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଆଧୁନିକ ଖୋର୍ଦ୍ଧା ନିର୍ମାଣର ବିନ୍ଧାଣି ଜିତେନ୍ଦ୍ରିୟ ନାଥ ମିତ୍ର, ସଭାପତି, ଜିଲ୍ଲାପରିଷଦ, ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନ ସିଂହ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ , ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି, ସମାଜ ସେବୀ ନିକୁଞ୍ଜ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ବାସନ୍ତୀ ମହାପାତ୍ର, ପ୍ରମୁଖ ଖୋର୍ଦ୍ଧା ଜିଲ୍ଲାର ଐତିହ୍ୟ ଓ ସଂସ୍କୃତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଅତିଥି ପରିଚୟ ମହୋତ୍ସବ କମିଟି ସାଧାରଣ ସମ୍ପାଦକ ନରେନ୍ଦ୍ର ପୃଷ୍ଟି ପ୍ରଦାନ କରିଥିଲେ l ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ଆତସ ବାଜି କାର୍ଯ୍ୟକ୍ରମ ମଧ୍ୟରେ ଅତିଥି ମାନଙ୍କୁ ଉପଢ଼ୌକନ ମହୋତ୍ସବ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଉଦ୍ଘାଟନୀ ସମାରୋହରେ ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଦିଲ୍ଲୀପ କୁମାର ହୋତା,ବହୁ ଜନପ୍ରତିନିଧି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ନାଗରିମାନେ ଓ ବହୁ ସଂଖ୍ୟାରେ ଜନ ସମାବେଶ ହୋଇଥିଲା l
