Tend House Sangha
ଜଗତସିଂହପୁର ଜିଲ୍ଲା ରାହାମାସ୍ଥିତ ଜିତ୍ ମଣ୍ଡପ ଠାରେ ଜଗନ୍ନାଥ ଟେଣ୍ଡ, ଲାଇଟ, ଆଣ୍ଡ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ଶିଶିର କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ଜଗତସିଂହପୁର,ରଘୁନାଥପୁର, ତିର୍ତ୍ତୋଲ, କୁଜଙ୍ଗ, ପାରାଦ୍ୱୀପ, ଜିଲ୍ଲାର ପାଖାପାଖି ୭୦ରୁ ଉର୍ଦ୍ଧ ଟେଣ୍ଡ,ଲାଇଟ ଓ ସାଉଣ୍ଡ ମାଲିକଙ୍କ ସମେତ ପଡୋଶୀ କେନ୍ଦ୍ରାପଡା ଜିଲ୍ଲାର ମାଲିକମାନେ ଭାଗନେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଏଣିକି ଉଚ୍ଚସ୍ୱରରେ ବାଜି ପାରିବ ନାହିଁ ଡିଜେ। ଜିଲ୍ଲାର ସମସ୍ତ ହସ୍ପିଟାଲ, ସ୍କୁଲ, କଲେଜ, ଥାନା, କୋର୍ଟ ଓ ସରକାରୀ ଦପ୍ତର ସମ୍ମୁଖ ଓ ପାଖରେ ସାଉଣ୍ଡ ସମ୍ପୂର୍ଣ୍ଣ ବନ୍ଦ ହେବ। ରାତି ୧୦ଘଟିକା ପରେ ଡିଜେ ଆଦି ସାଉଣ୍ଡ ବନ୍ଦ କରିବା ବାଧ୍ୟତାମୂଳକ।ଏହି ନିୟମ ନମାନିଲେ ଜୋରିମାନା ଦେବାକୁ ପଡିବ। ଏକଥା ନିଜ ଆଡୁ ଘୋଷଣା କରିଛନ୍ତି ଜଗତସିଂହପୁର ଜିଲ୍ଲାର ଜଗନ୍ନାଥ ଟେଣ୍ଡ,ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘ। ଶବ୍ଦ ପ୍ରଦ୍ୟୁଷଣ ରୋକିବା,ଏହି ସଂସ୍ଥାରେ କାମ କରୁଥିବା କର୍ମଚାରୀ ଓ ମାଲିକ ମାନଙ୍କ ସୁରକ୍ଷା ସହ ସମାଜର କଲ୍ୟାଣ ପାଇଁ ସଂଘର ପରିକଳ୍ପନା ବୋଲି କୁହାଯାଇଥିଲା। ସଂଘର ଏହି ବୈଠକ ଅବସରରେ ସଂଘର କର୍ମକର୍ତ୍ତା, ବରିଷ୍ଠ ମାଲିକ, କେନ୍ଦ୍ରାପଡା ଜିଲ୍ଲାରୁ ଆସିଥିବା ମାଲିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସଭାପତି ଶିଶିର କୁମାର ଦାସ ସଂଘର ଆଭିମୁଖ୍ୟ ଓ ସାଉଣ୍ଡ ନିୟମ ସମ୍ପର୍କରେ ଗଣମାଧ୍ୟମକୁ ସୁଚନା ଦେବା ସହ ପ୍ରଶାସନ ଓ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।ବାଇଟ୧-ଶିଶିର କୁମାର ଦାସ (ସଭାପତି ଜଗନ୍ନାଥ ଟେଣ୍ଡ,ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘ)
ଜଗତସିଂହପୁର Rita ସାହୁ
