ଜଗତସିଂହପୁର ସହରରେ ଉଦ୍ଘାଟନ ହେଲା ଟେରାକୋଟା ଦୀପ ଷ୍ଟଲ
Date- 18/10/25 ଜଗତସିଂହପୁର ସହରରେ ସାନ ବଜାର ଠାରେ “ଓରମାସ” ପକ୍ଷରୁ ଟେରାକୋଟା ଷ୍ଟଲ ଉଦ୍ଘାଟିତ ହୋଇ ଯାଇଛି । SHG ମହିଳା ମାନଙ୍କ ଦ୍ୱାରା ଏହି ଟେରାକୋଟା ଷ୍ଟଲ କୁ ଜିଲ୍ଲାପାଳ ଜେ ସୋନାଲ ଉଦଘାଟନ କରିବା ସହିତ ଟେରାକୋଟା ସାମଗ୍ରୀ ର ଚାହିଦା ଗ୍ରାହକ ମାନଙ୍କ ମଧ୍ୟରେ ବୃଦ୍ଧି ପଉଥିବା ଦେଖାଯାଇଛି । ଭିଓ – ଜଗତସିଂହପୁର ସହରରେ ଉଦଘାଟିତ ହୋଇଛି ଟେରାକୋଟା ଦୀପ ଷ୍ଟଲ । ଆଜି ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଏହି ଷ୍ଟଲ କୁ ଉଦଘାଟନ କରିବା ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ଦ୍ୱାରା ଟେରାକୋଟା କାର୍ଯ୍ୟ ର ଚମତକାରିତା କୁ ଦେଖି ଭୁୟସୀ ପ୍ରଶଂସା କରିଥିଲେ । ଓରମାସ ପକ୍ଷରୁ କୁଜଙ୍ଗ ବ୍ଳକ ଫତେପୁର ଗ୍ରାମର ଜୀବନଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଏହି ଟେରାକୋଟା ସାମଗ୍ରୀ ତିଆରି କରି ଜିଲ୍ଲା ଓ ଜିଲ୍ଲା ବାହାରେ ଏହାକୁ ବିକ୍ରୟ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ । ବାଇଟ – 1- ଜେ ସୋନାଲ (ଜିଲ୍ଲାପାଳ, ଜଗତସିଂହପୁର)ବାଇଟ 2 – ମଧୁସ୍ମିତା ସାହୁ (ଓରମାସ ଅଧିକାରୀ)ଭିଓ 2 – ଆଗକୁ ଦୀପାବଳି ଥିବାରୁ ଏହି ଷ୍ଟଲ ଖୋଲା ଯାଇଛି । ଏହି ଷ୍ଟଲ ରେ ବିଭିନ୍ନ ପ୍ରକାର ଦୀପ ଯଥା, ଫୁଲ ଦୀପ, ଝଡ ଦୀପି, ଗଛ ଦୀପ, କଣ୍ଢେଇ ଦୀପ, ଘର ଦୀପ, ଷ୍ଟାଣ୍ଡ ଦୀପ, ମୟୁର ଦୀପ ଭଳି ଅନେକ ପ୍ରକାର ଦୀପ ରହିଛି । ଏହା ସହିତ ଟେରାକୋଟା ର ବିଭିନ୍ନ ସାମଗ୍ରୀ ମଧ୍ୟ ଏହି ଷ୍ଟଲ ରେ ରଖାଯାଇ ଥିବା ବେଳେ ଗ୍ରାହକ ମାନଙ୍କ ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଦୁଇ ଟଙ୍କା ଠାରୁ ଆରମ୍ଭ କରି 500 ଟଙ୍କା ପର୍ଯ୍ୟନ୍ତ ଦୀପ ଏଠାରେ ଉପଲବ୍ଧ ରହିଛି । ତେବେ ପୂର୍ବ ବର୍ଷ ଭଳି ମଧ୍ୟ ଏ ବର୍ଷ ଭଲ ବ୍ୟବସାୟ ହେବ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଆଶା ରଖିଛନ୍ତି । ବାଇଟ 3 – ଗୀତା ମୁଦୁଲି (ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା)ବାଇଟ 4 – ସୁକାନ୍ତି ମୁଦୁଲି(ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା)ଫାଭଓ – ତେବେ କୁଜଙ୍ଗ ଅଞ୍ଚଳର ଏହି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ କେବଳ ଦୀପ ନୁହେଁ, ଟେରାକୋଟାର ବିଭିନ୍ନ ସାମଗ୍ରୀ ତିଆରି କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି ।
