ଠାକୁର ଅନୁକୂଳଚନ୍ଦ୍ରଙ୍କ ଶତବାର୍ଷିକୀ ସମାବେଶ ଚୁଡାନ୍ତ ପ୍ରସ୍ତୁତି ବୈଠକ

ଠାକୁର ଅନୁକୂଳଚନ୍ଦ୍ରଙ୍କ ଶତବାର୍ଷିକୀ ସମାବେଶ ଚୁଡାନ୍ତ ପ୍ରସ୍ତୁତି ବୈଠକ।ପୁରୀ ୨୭/୧୨ ଜାନୁଆରୀ ୧୨ ତାରିଖରେ ତାଳବଣିଆ ସ୍ଥିତ ପାର୍କିଂ ସ୍ଥଳ ଠାରେ ଅନୁଷ୍ଠିତ ହେବ ଠାକୁର ଅନୁକୂଳଚନ୍ଦ୍ରଙ୍କର ଉତ୍କଳ ଆଗମନର ୧୦୩ ତମ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ।ଏହି କାର୍ଯ୍ୟକ୍ରମ କୁ ଶୃଙ୍ଖଳିତ ଓ ସୁଚାରୁରୂପେ ସମ୍ପର୍ଣ୍ଣ କରିବାକୁ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିବା ସହ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ର ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗ ସେମାନଙ୍କ ଦାୟିତ୍ୱକୁ ସୁଚାରୁ ରୁପେ ନିର୍ବାହ ପାଇଁ ପରାମର୍ଶ ଦେଇଥିଲେ। ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ପରିଷ୍କାର ପରିଛନ୍ନତା, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା,ବିଦ୍ୟୁତ ବ୍ୟବସ୍ଥା, ବ୍ୟାରିକେଡ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ଚୁଡାନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା।ସତସଙ୍ଗ ଆୟୋଜନ କମିଟି ର ସହ ସମ୍ପାଦକ ଡା ବିନାୟକ ମହାପାତ୍ର ଜାନୁଆରୀ ୧୨ ତାରିଖ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ।ଶ୍ରଦ୍ଧାଳୁ ମାନଙ୍କର ଏକ ଶୋଭାଯାତ୍ରା ଠାକୁର ବାଡିରୁ ବାହାରି ରେଲୱେ ଷ୍ଟେସନ ଯାଇ ପୁଣି ଠାକୁର ବାଡ଼ି ଫେରି ଆସିବେ।ପୂର୍ବାହ୍ନ ରେ ଆନୁଷଙ୍ଗିକ ପୂଜାର୍ଚ୍ଚନା ସହ ସତସଙ୍ଗ ଅନୁଷ୍ଠିତ ହେବ।ସାଂସ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ ଆୟୋଜନ କରାଯାଇଛି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ପୁରୀ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା ,ଏଡିଏମଓ ଡା ବିରଜା ଶଙ୍କର ରଥ,ଡେପୁଟି କଲେକ୍ଟର ପ୍ରିୟଦର୍ଶନୀ ମଲ୍ଲିକ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସତସଙ୍ଗ ସହ ପ୍ରତି ରିତିକ ନିରଞ୍ଜନ ବେହେରା,ଡ ନନ୍ଦ କିଶୋର ପ୍ରଧାନ, ଅରୁଣ କୁମାର ସାହୁ,ଡମ୍ବରୁଧର ଦାସ ବି ଆଶିଷ କୁମାର ସୁବୁଦ୍ଧି,ନୃସିଂହ ଶ୍ରୀଚନ୍ଦନ, ଇଂ ଉମାକାନ୍ତ ସାହୁ, ନଟବର ଓଝା, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସତସଙ୍ଗ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *