ଠାକୁରଗଡ଼ ରେ ୫୪୦୦୦ ଟଙ୍କା ରେ ଯୁବ ବ୍ୟବସାୟୀ ସିଦ୍ଧାର୍ଥ ହାତେଇଲେ ଆଜ୍ଞା ଲଡୁ
ଠାକୁରଗଡ଼ ରେ ୫୪୦୦୦ ଟଙ୍କା ରେ ଯୁବ ବ୍ୟବସାୟୀ ସିଦ୍ଧାର୍ଥ ହାତେଇଲେ ଆଜ୍ଞା ଲଡୁ
ଆଠମଲ୍ଲିକ 03/08 ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମ ପଞ୍ଚାୟତ ଠାକୁରଗଡ଼ ଗଣେଶ ବଜାର ପୂଜା କମିଟି ପକ୍ଷରୁ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ କମିଟି ର ସଭାପତି ଶୁଭକାନ୍ତ ପ୍ରଧାନ ଙ୍କ ସଭାପତିତ୍ଵ ରେ ପ୍ରଭୁ ଗଜାନନ ଙ୍କ ଆଜ୍ଞା ଲଡୁ ନିଲାମ ହୋଇଥିଲା l ଠାକୁରଗଡ଼ IIC ଶଶିଭୂଷଣ ବେହେରା, ଆଠମଲ୍ଲିକ ବାର ଆସୋସେଶନ ର ସଭାପତି ସୁଶାନ୍ତ ମହାପାତ୍ର , ଗ୍ରାମ୍ୟ କମିଟି ର ସଭାପତି ଯୋଗେଶ୍ୱର ସାହୁ, ଦୁର୍ଗା ବଜାର କମିଟି ତରଫରୁ ଅନିଲ କୁମାର ସାହୁ, ଚନ୍ଦନ ସାହୁ ଅତିଥି ଭାବେ ଯୋଗଦାନ କରିଥିଲେ l ଚଳିତ ବର୍ଷ କୃତିବାସପୁର ଗ୍ରାମ୍ୟ ପଞ୍ଚାୟତ ର ଯୁବ ବ୍ୟବସାୟୀ ସିଦ୍ଧାର୍ଥ ସାହୁ ବିଜେତା ହୋଇଥିଲେ l ସିଦ୍ଧାର୍ଥ ଙ୍କୁ ସମସ୍ତ୍ ଅତିଥି ଆଜ୍ଞା ଲଡୁ ପ୍ରଦାନ କରିଥିଲେ l ପୂଜା କମିଟି ର ସମ୍ପାଦକ କିଶୋର ସାହୁ ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ପୂର୍ବତନ ଖେଳ ଶିକ୍ଷକ ଦିବାକର ପ୍ରଧାନ ଏବଂ ରାକେଶ ରୋଷନ୍ କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ସଂପାଦନ କରିଥିଲେ l
