ଠାକୁରଗଡ଼ ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଆଠମଲ୍ଲିକ,ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ର ଠାକୁରଗଡ଼ ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହୋଇଥିବା ବେଳେ ଠାକୁରଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ଶଶୀ ଭୂଷଣ ବେହେରା ଙ୍କ ତତ୍ୱାବଧାନ ରେ ଏକ ନିଆରା ଢଙ୍ଗରେ ଠାକୁରଗଡ଼ ଥାନା ଅଞ୍ଚଳ ରେ ରାଷ୍ଟ୍ରୀୟ ଏକତା ଦିବସ ଅତି ସୁନ୍ଦର ଭାବେ ପାଳନ ହୋଇଯାଇଛି l ଠାକୁରଗଡ଼ ଥାନା ଅଧିକାରୀ ଙ୍କ ଆୟୋଜନ ରେ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ ର ପ୍ରାଙ୍ଗଣରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଆଜି କୃତି ଛାତ୍ରଛାତ୍ରୀ ମାନଙ୍କୁ ଥାନା ଅଧିକାରୀ ଶ୍ରୀ ବେହେରା ପୁରସ୍କାର ପ୍ରଦାନ କରି ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ପୋଲିସ ଙ୍କ ମିଳିତ ରେ ମାରାଥନ ଦୌଡ଼ କରି ଥାନା ପର୍ଯ୍ୟନ୍ତ ଯାଇ ଥାନା ପରିସର ମଧ୍ୟରୁ ମାରାଥନ ଦୌଡ଼ ରେ ଉଚ୍ଚ ବିଦ୍ୟାଳୟ କୁ ପ୍ରତ୍ୟାବର୍ତନ କରିଥିଲେ l ଏଥିରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ସମେତ. ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ଦେହୁରୀ, ଶିକ୍ଷକ ଚିଦାନନ୍ଦ ଦେହୁରୀ,ସହକାରୀ ଶିକ୍ଷକ

ସନ୍ତୋଷ କୁମାର ପାଣିଗ୍ରାହୀ, ଲୋପାମୁଦ୍ରା କଅଁର, ବିମଳ ଚନ୍ଦ୍ର ବେହେରା, ରଶ୍ମିତା ପ୍ରଧାନ, ବିନତି ମାଝୀ, ଦଶରଥ ବେହେରା,ବର୍ଷାରାଣୀ ସିଂହ ଟାପଢୋଲ ଫାଣ୍ଡି ଅଧିକାରୀ ସବଇନ୍ସପେକ୍ଟର ତ୍ରିଲୋଚନ ଖଟୁଆ,ଏସଆଇ ମନୋଜ କୁମାର ବେହେରା, ଏଏସଆଇ କେଶବ ଚନ୍ଦ୍ର ସାହୁ,ହାବିଲଦାର ଦେବେନ୍ଦ୍ର କୁମାର ସାହୁ କନେଷ୍ଟବଳ ଜୟସେନ ମାଝୀ,ବିଶ୍ୱଜିତ ସିଂ ସାମନ୍ତ,ସହକାରୀ ଡ୍ରାଇଭର ପ୍ରସନ୍ନ କୁମାର ବାରିକ, କନେଷ୍ଟେବଳ ସୁରଭି ବାଘ ଓଏପିଏଫ ଦିଗାମ୍ବରରାଜ ପ୍ରଧାନ ମିଥୁନ ପ୍ରଧାନ, ସଂଜୀବ କୁମାର ପ୍ରଧାନ, ସଞ୍ଜୟ କୁମାର ପ୍ରଧାନ, ହେମନ୍ତ କୁମାର ପ୍ରଧାନ, ହୋମଗାଡ଼ ସନ୍ତୋଷ କୁମାର ଦେହୁରୀ,ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *