ସହୀଦ ଭଗତ ସଂଙ୍କ ୧୧୪ତମ ଜନ୍ମଜୟନ୍ତୀ ପାଳିତ

ଭଦ୍ରକ : ୨୯/୯- ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଙ୍ଘଠନ ଶହୀଦ୍ ଭଗତ୍ ସେନା ପକ୍ଷରୁ ଶହୀଦ୍ ଭଗତ୍ ସିଂଙ୍କ ୧୧୪ ତମ ଜନ୍ମଜୟନ୍ତୀ ପାଳିତ ହୋଇଛି।ଏହି ପବିତ୍ର ଅବସରରେ ସଙ୍ଘଠନ ର ଯୁବ ସଦସ୍ୟମାନେ ସକାଳୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ କରିବା ସହିତ ନୂଆ ବସ ଷ୍ଟାଣ୍ଡ ନିକଟସ୍ଥ ଶ୍ରୀରାମ ମଣ୍ଡପ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ଶହୀଦ୍ ଭଗତ୍ ସେନା ର ଆବାହକ ଶିତାଂଶୁ ଶେଖର ମହାପାତ୍ର,ଆଇନଜୀବୀ ମନୋଜ ରାୟ, ଅବସର ପ୍ରାପ୍ତ ସେନା ଅଧିକାରୀ ରୋହିତ ରାୟ ଏବଂ ଅବସର ପ୍ରାପ୍ତ ସେନା ଅଧିକାରୀ ଅଶୋକ ଲେଙ୍କା ଅତିଥି ରୂପେ ଯୋଗ ଦେଇ ଶହୀଦ୍ ଭଗତ୍ ସିଂଙ୍କ ସ୍ମୃତିଚାରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶହୀଦ୍ ଭଗତ୍ ସେନାର ଯୁବ ସଦସ୍ୟ ଯୋଗ ଦେଇ ଭବିଷ୍ୟତରେ ସମାଜର ତୃଣମୂଳ ସ୍ତରରେ କିପରି ସଙ୍ଘଠନ ଆହୁରି ସୃଦୁଡ଼ ହେବ ସେଥିପାଇଁ ଆଲୋଚନା କରିଥିଲେ।

ରିପୋର୍ଟ :-ପୁନିଲ. କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *