ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଦ୍ଵାଦଶ ତ୍ରୟୋଦଶ ମିଳିତ ସମାବର୍ତ୍ତନ ଉତ୍ସବ ଡିସେମ୍ବର ୨୮ ରେ ଅନୁଷ୍ଠିତ ହେବ
ଯୋଗ ଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଜଟଣୀ ତା ୨୭-୧୨-୨୪( ଆଇ ଆଇ ଟି ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ଭୁବନେଶ୍ଵର ଦ୍ଵାଦଶ ଓ ତ୍ରୟୋଦଶ ସମାବର୍ତ୍ତନ ଉତ୍ସବ ଡିସେମ୍ବର ୨୮ତାରିଖରେ ପାଳନ କରାଯିବ ବୋଲି ଆଇ ଆଇ ଟି ଭୁବନେଶ୍ଵରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକର ସାମ୍ୱାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଏହି ଅବସରରେ ୧୩୮୮ଜଣ ଛାତ୍ର ଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ । ଏହି ସମାବର୍ତ୍ତନ ଉତ୍ସବରେ ମାନନୀୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ, ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ ତଥା ଭାରତ ସରକାରଙ୍କ ଆଣବିକଶକ୍ତି ବିଭାଗର ସଚିବ ଡ ଅଜିତ୍ କୁମାର ମହାନ୍ତି ଓ ଭାରତ ସରକାରଙ୍କ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ ଡ ଅଭୟ କରଣ୍ଡିକର ଯୋଗ ଦେବେ।

ଆଇ ଆଇ ଟି ଭୁବନେଶ୍ଵରର ବୋର୍ଡ ଅଫ ଗଭର୍ଣ୍ଣର୍ସ ର ଅଧ୍ୟକ୍ଷ ଡ ରାଜେନ୍ଦ୍ର ପ୍ରସାଦ ସିଂହ ଉତ୍ସବରେ ଅଧ୍ୟକ୍ଷତା କରିବେ । ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକର ସମାବର୍ତ୍ତନ ବିବରଣୀ ଉପସ୍ଥାପନ କରିବା ସହ ଡିଗ୍ରୀ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସାମ୍ୱାଦିକ ସମ୍ମିଳନୀରେ ଡିନ ଅଣ୍ଡର -ଗ୍ରାଜୁଏଟେ ପ୍ରୋଗ୍ରାମ ପ୍ରଫେସର ଶାନ୍ତନୁ ପାଲ, ପିଜି ଓ ରିସର୍ଚ୍ଚ ପ୍ରୋଗ୍ରାମର ଡିନ ପ୍ରଫେସର ଚନ୍ଦ୍ରଶେଖର ଏନ୍ ଭେଣ୍ଡେ, ରେଜିଷ୍ଟ୍ରାର ବାମଦେବ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
