ପଞ୍ଚମୁଖି ହନୁମାନ ଙ୍କ ଦ୍ୱାଦଶତମ ବାର୍ଷିକ ପ୍ରତିଷ୍ଠା ବିଶ୍ୱଶାନ୍ତି ମହାଯଞ୍ଜୋତ୍ସବ
ଯତ୍ର ଯତ୍ର ରଘୁନାଥ କୀର୍ତନଂ ତତ୍ର ତତ୍ର କୃତ ମସ୍ତକାଜ୍ଞଳୀମ୍ ବାଷ୍ପ ବାରି ପରିପୂର୍ଣ ଲୋଚନମ୍ ମାରୁତି ନମତଃ ରାକ୍ଷସନୁକମ୍”ଯାଜପୁର ଜିଲ୍ଲା ବ୍ୟାସନଗର, ଧବଳଗିରି ସ୍ଥିତ ପଞ୍ଚମୁଖି ହନୁମାନଙ୍କ ପୀଠରେ ଦ୍ୱାଦଶତମ ବାର୍ଷିକ ପ୍ରତିଷ୍ଠା ବିଶ୍ୱଶାନ୍ତି ମହାଯଞ୍ଜୋତ୍ସବ ଭକ୍ତଙ୍କ ଗହଳିରେ ଚଳ ଚଞ୍ଚଳ ହୋଇ ଉଠୁଛି l ପ୍ରଭୁଙ୍କ ଦିବ୍ୟ ଅବତାର କାଳକ୍ରମେ ଜନାଦୃତ ହେବାରେ ଲାଗିଛି l ମନ୍ଦିର ପରିସରର ସାଜସଜା ଭକ୍ତଙ୍କ ସମାଗମକୁ ଦ୍ୱିଗୁଣିତ କରିଥାଏ l ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହାର ଯଜ୍ଞ ଉତ୍ସବ ରୀତି ନୀତିରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ଶ୍ରୀ ଶ୍ରୀ ବାବା ଧବଳେଶ୍ବର ପଞ୍ଚମୁଖି ହନୁମାନ କମିଟି, ମାନବ ସେବା ସମିତି ଓ ପତଞ୍ଜଳୀ ନିତ୍ୟ ଯୋଗ କକ୍ଷ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପ୍ରସାଦ ସେବନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
