ଉଦ୍ଘାଟିତ ହେଲା ୧୫ ତମ ଭରତ ମୁନି ସମ୍ମାନ ସମାରୋହ।

ଭୁବନେଶ୍ୱର:- ଓଡ଼ିଶା ର ବହୁ ପୂରାତନ ରାଜ୍ୟ ରାଜଧାନୀ ଭୁବନେଶ୍ଵର ଠାରେ ଅବସ୍ଥିତ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ କଳିଙ୍ଗାୟନ ତୌର୍ୟତ୍ରିକମ ତରଫ ରୁ ୧୫ ତମ ଭରତ ମୁନି ସମ୍ମାନ ସମାରୋହ ଉଦ୍ଘାଟିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଏହି କାର୍ଯ୍ୟକ୍ରମ ୧୬ ଏବଂ ୧୭ ତାରିଖ ଦୁଇ ଦିନ ଅନୁଷ୍ଠିତ ହେବ। ୧୭ ତାରିଖ ସନ୍ଧ୍ୟା ରେ ୧୫ ତମ ଭରତ ମୁନି ସମ୍ମାନ ରେ ସମ୍ମାନିତ ହେବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ,ଜାତୀୟ କଳାକାର, ବୌଜ୍ଞାନିକ, ନିର୍ଦ୍ଦେଶକ ଶ୍ରୀ ସର୍ଯ୍ୟ କ୍ରୀଷ୍ଣମୂର୍ତ୍ତି।ଉଦ୍ଘାଟିତ ସନ୍ଧ୍ୟା ମୁଖ୍ୟ ଅତିଥି ଭାବରେ ଗୁରୁ ଧନେଶ୍ଵର ସ୍ୱାଇଁ,,ଜିତେନ୍ଦ୍ର ନାଥ ମିଶ୍ର (ଚେୟାରମେନ)ପୂର୍ବତନ ରାଷ୍ଟ୍ରଦୂତ, ଡ଼ଃ ଗୌରହରି ଦାସ (ଉପାଧ୍ୟକ୍ଷ)ବିଶିଷ୍ଟ ଲେଖକ ତଥା ସାମ୍ବାଦିକ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ଉଦ୍ଘାଟନ ସନ୍ଧ୍ୟା ରେ ଅନୁଷ୍ଠାନ ର ନୃତ୍ୟ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ପ୍ରଥମେ ଶ୍ରୀରାମ ଉପାସନା କୁ ପରିବେଷଣ କରିଥିଲେ। ପରେ ପରେ ମିସ୍ ନିଶା ମଙ୍ଗଲାମପାଲୀ ଭାରତ ନାଟ୍ୟମ ପରିବେଷଣ କରିଥିଲେ । ପରେ ଅନୁଷ୍ଠାନ କଳିଙ୍ଗାୟନ ତୌର୍ୟତ୍ରିକମ ତରଫ ରୁ ନୃତ୍ୟ ଶିଳ୍ପୀ ମାନେ ନୃତ୍ୟ ପରିବେଷଣ କରିଥିଲେ ପରି ଶେଷ ରେ ନୟନିକା ଘୋଷ କଥକ ନୃତ୍ୟ ପରିବେଷଣ କରିଥିଲେ।ଭରତ ମୁନି ସମ୍ମାନ ଭୁବନେଶ୍ୱରସ୍ଥିତ କଳିଙ୍ଗାୟନ ତୌର୍ଯ୍ୟାତ୍ରିକମ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଉଥିବା ସମ୍ମାନ ଅଟେ । ପ୍ରତି ବର୍ଷ କଳା ଓ ସଂସ୍କୃତିରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଏ । ଏହି ସମ୍ମାନ ପ୍ରଦାନ ପ୍ରଥା ମସିହା ୨୦୦୮ରୁ ଆରମ୍ଭ ହୋଇଥିଲା ।ନାଟ୍ୟଶାସ୍ତ୍ରୀ ଭରତ ମୁନିଙ୍କ ସ୍ମରଣାର୍ଥେ ଏହି ସମ୍ମାନ ଉତ୍ସର୍ଗୀକୃତ।

Leave a Reply

Your email address will not be published. Required fields are marked *